ETV Bharat / international

Russia Ukraine War: ଜି-୭ ନେତାଙ୍କ ସହ ଆଲୋଚନା କଲେ ବାଇଡେନ - Russia Ukraine live news

ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଋଷ ବିରୁଦ୍ଧରେ କଡା ଆଭିମୁଖ୍ୟ ପାଇଁ ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କଲେ ବାଇଡେନ । ଅଧିକ ପଢନ୍ତୁ

Russia Ukraine War: ଜି-୭ ନେତାଙ୍କ ସହ ଆଲୋଚନା କଲେ ବାଇଡେନ

author img

By

Published : Feb 25, 2022, 7:04 AM IST

ୱାସିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । କ୍ଷେପଣାସ୍ତ୍ର ମାଡ କରି ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂବିଧ୍ବସ୍ତ କରିଦେଇଛି ଋଷିଆ । ଋଷ ଆକ୍ରମଣରେ ୟୁକ୍ରେନର ଅନେକ ନାଗରିକ ଏବଂ ସୈନିକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ଖବର ମିଳିଛି । ଏହି ମହାଯୁଦ୍ଧକୁ ଏଡାଇବାକୁ ତଥା ଋଷକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଶ୍ବ ନେତା ।

ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ବାଇଡେନ ଗୁରୁବାର ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଋଷ ବିରୋଧରେ ଅଧିକ କଟକଣା ଲାଗୁ କରିବା ପାଇଁ ବାଇଡେନ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଆଦି ସହଯୋଗୀ ଜି-୭ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । ତେବେ କ'ଣ ରଣନୀତି ସ୍ଥିର ହୋଇଛି ତାହା ପ୍ରଘଟ ହୋଇନାହିଁ ।

ହ୍ବାଇଟ ହାଉସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ବାଇଡେନ ଭର୍ଚୁଆଲରେ ଜି-୭ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ୯ଟା ୧୭ରେ ବୈଠକ ଆରମ୍ଭ ହୋଇଥିଲା । ବାଇଡେନ ଏବଂ ଅନ୍ୟ ନେତାମାନେ ୟୁକ୍ରେନ ଉପରେ ରାଷ୍ଟ୍ରପତି ପୁଟିନଙ୍କ ଅନୁଚିତ୍ ହମ୍‌ଲା ପ୍ରସଙ୍ଗରେ ମିଳିତ ପ୍ରତିକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି । ଜି-୭ ବୈଠକ ପୂର୍ବରୁ ରାଷ୍ଟ୍ରପତି ବାଇଡେନ ହ୍ବାଇଟ ହାଉସରେ ଥିବା ଯୁଦ୍ଧ ପ୍ରକୋଷ୍ଠରେ ନିଜର ଜାତୀୟ ସୁରକ୍ଷା ପରିଷଦ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏଥିରେ ବାଇଡେନ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.