ETV Bharat / international

ସର୍ତ୍ତ ରଖି WHO ସହ ପୁଣି ଥରେ ସମ୍ପର୍କ ଯୋଡିବାକୁ ସଙ୍କେତ ଦେଲା ଆମେରିକା - covid-19

ମହାମାରୀ କୋରୋନା ବିଷୟରେ ଚୀନ ବିଶ୍ବବାସୀଙ୍କ ଠାରୁ ଲୁଚେଇ ରଖିଥିଲା । ତଦନ୍ତ ଦିଗରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନକୁ ସମର୍ଥନ କରୁଥିବା ଅଭିଯୋଗରେ WHO ସହ ସମସ୍ତ ସମ୍ବନ୍ଧ କାଟିଛି ଆମେରିକା । ଅଧିକ ପଢନ୍ତୁ...

WHO ସହ ସମ୍ପର୍କ ଯୋଡିବାକୁ ସଙ୍କେତ ଦେଲା ଆମେରିକା

author img

By

Published : Jun 1, 2020, 11:22 AM IST

ୱାଶିଂଟନ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ପରେ ପୁଣି ସମ୍ପର୍କ ଯୋଡିବାକୁ ସଙ୍କେତ ଦେଲା ଆମେରିକା । କୋରୋନା ତଦନ୍ତରେ ଚୀନ ସମର୍ଥନ କରୁଥିବା ଅଭିଯୋଗରେ WHO ସମସ୍ତ ସମ୍ବନ୍ଧ କାଟିବା ସହ ପାଣ୍ଠି ଦେବାରେ ରୋକ ଲଗାଇଥିଲା ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର । ହେଲେ ପୁଣି ଥରେ WHOକୁ ସୁଯୋଗ ଦେବାକୁ କହିଛି ଆମେରିକା ।

ଚୀନର ଉହାନ ସହରରୁ କୋରୋନା ଭାଇରସ ଉତ୍ପତ୍ତି ହୋଇଛି। ଚୀନ ଜାଣିଶୁଣି ଏହି ମହାମାରୀ ସମ୍ପର୍କରେ ଲୁଚାଇ ରଖିଥିଲା । ଏହାର ତଦନ୍ତ ଦିଗରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚାଇନାର ସମର୍ଥନ କରୁଅଛି ବୋଲି ଆମେରିକା ବାହୁବାର ଅଭିଯୋଗ କରିଛି । ଏହି ଭାଇରସ ଯୋଗୁଁ ଆମେରିକାରେ 1 ଲକ୍ଷ 6 ହଜାର ଲୋକଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା 18.2 ଲକ୍ଷରେ ପହଞ୍ଚିଛି । ତେଣୁ ଏହାର ନିରପେକ୍ଷ ତଦନ୍ତ ଦାବି କରି ଆମେରିକାର WHOକୁ 30 ଦିନର ସମୟ ଦେଇଥିଲା । ପରେ ପାଣ୍ଠି ଦେବାକୁ ମନା କରିବା ସହ ସମ୍ପର୍କ କାଟି ଥିଲା ।

ରବିବାର ପୁଣି ଥରେ WHO ସମ୍ପର୍କ ସ୍ଥାପନା କରିବାକୁ ହ୍ବାଇଟ ହାଉସ ପକ୍ଷରୁ ସଙ୍କେତ ଦିଆଯାଇଛି । ଯଦି ଚୀନ ବିରୁଦ୍ଧରେ ସଙ୍ଗଠନରେ ଦୁର୍ନୀତି ଓ ଚୀନ ଉପରେ ନିର୍ଭରଶୀଳତାକୁ ଶେଷ କରେ ତେବେ ପୁଣି ଥରେ ଆମେରିକା ପକ୍ଷରୁ ସଙ୍ଗଠନକୁ ପାଣ୍ଠି ଦିଆଯିବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ୍ ଏକ ସାକ୍ଷାତକାରରେକହିଛନ୍ତି ଯେ "WHO ନିଜ କାର୍ଯ୍ୟକଳାପରେ ସଂସ୍କାର ଆଣେ ତେବେ ତୁରନ୍ତ ଆମେରିକା ଏହି ସଙ୍ଗଠନ ସହ ଯୋଡି ହେବ । ତେବେ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ସଙ୍ଗଠନକୁ ଦିଆଯାଉଥିବା 400 ମିଲିୟନ ଆମେରିକୀୟ ଡଲାରକୁ ବର୍ତ୍ତମାନ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସଙ୍ଗଠନକୁ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.