ୱାଶିଂଟନ: ଚୀନରେ ମୃତ୍ୟୁର ତାଣ୍ଡବ ରଚିଥିବା କୋରୋନା ଭାଇରସ ଏବେ ସମଗ୍ର ବିଶ୍ବକୁ ଗ୍ରାସ କରିବାରେ ଲାଗିଛି । ସାରା ବିଶ୍ବରେ ନିଜର କାୟା ବିସ୍ତାର କରୁଥିବା କୋରୋନା ଏବେ ଯୁକ୍ତରାଷ୍ଟ୍ର ଆମେରିକା ମୁହାଁ । ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କେବଳ 43 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବିଦେଶୀରୁ ଆମେରିକାକୁ ଆସିଥିବା 48ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ।
ସେ ସୋମବାର ଦେଇଥିବା ସୂଚନା ଅନୁସାରେ, 43 ଜଣ କେବଳ ଆମେରିକୀୟ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ବାହାରୁ ଆମେରିକାକୁ ଆସିଥିବା 48 ଜଣ କୋରୋନା ଆକ୍ରାନ୍ତ ଅଛନ୍ତି । ସେଥିମଧ୍ୟରୁ 26ଜଣ କାର୍ଲିଫର୍ଣ୍ଣିଆ ଓ ୱାଶିଂଟନର । ବର୍ତ୍ତମାନ ସୁଦ୍ଧା କୋରୋନାରେ 6 ଜଣ ପ୍ରାଣ ହରାଇସାରିଛନ୍ତି ।
ପ୍ରକାଶ ଯେ, ପ୍ରଥମଥର ପାଇଁ ଗତ ଶନିବାର ଆମେରିକାରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଇରାନ, ଇଟାଲୀ ଓ ସାଉଥକୋରିଆରୁ ଆସୁଥିବା ଲୋକଙ୍କୁ ଟ୍ରମ୍ପ ସରକାର ପ୍ରତିବନ୍ଧ ଲଗାଇଛନ୍ତି ।
@ANI