ETV Bharat / international

ବିଡେନଙ୍କ ବିଜୟରେ ନାଖୁସ କି ବିଶ୍ବର ଏହି ବଡ ନେତା ?

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ ପାର୍ଟିର ନେତା ଜୋ ବିଡେନଙ୍କ ବିଜୟ ହୋଇଛି । ଏହା ପରେ ତାଙ୍କ ନିକଟକୁ ବିଶ୍ବର ଅନେକ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଆସିଛି । ହେଲେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ବିଡେନଙ୍କ ବିଜୟକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଜାଣନ୍ତୁ କାରଣ...

author img

By

Published : Nov 9, 2020, 6:52 PM IST

ବିଡେନଙ୍କ ବିଜୟରେ ନାଖୁସ ବିଶ୍ବର ଏହି ବଡ ବଡ ନେତା, ଜାଣନ୍ତୁ କାରଣ...

ହାଇଦ୍ରାବାଦ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ ପାର୍ଟିର ନେତା ଜୋ ବିଡେନଙ୍କ ବିଜୟ ହୋଇଛି । ଏହା ପରେ ତାଙ୍କ ନିକଟକୁ ବିଶ୍ବର ଅନେକ ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଆସିଛି । ହେଲେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ବିଡେନଙ୍କ ବିଜୟକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ତେବେ କଣ ପାଇଁ ଏହି ସମସ୍ତ ଦେଶ ଆଜିଯାଏଁ ନୀରବ ରହିଛନ୍ତି ? ତାହା ଜଣାପଡିନଥିବା ବେଳେ ନିର୍ବାଚନକୁ ନେଇ ଟ୍ରମ୍ପ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ କିଛି ଦେଶ ବିଡେନଙ୍କୁ ଶୁଭେଚ୍ଛା ପଠାଇନଥିବା କୁହାଯାଉଛି ।

ସୂଚନା ମୁତାବକ, ମେକ୍ସିକୋର ରାଷ୍ଟ୍ରପତି ମାନୁଏଲ ଲୋପେଜ ଆବ୍ରେଡର କହିଛନ୍ତି ଆଇନଗତ ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ସେ ବିଡେନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବେ ନାହିଁ । ଏଥିରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସାନାରୋ ମଧ୍ୟ ସାମିଲ ଅଛନ୍ତି ।

ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ପୁତିନ କହିଥିଲେ ରୁଷ କୌଣସି ଆମେରିକୀୟ ନେତାଙ୍କ ସହିତ କାମ କରିବାକୁ ପ୍ରସ୍ତୁତ, କିନ୍ତୁ ବିଡେନଙ୍କ ବିଜୟ ପରେ ଏପର୍ଯ୍ୟନ୍ତ ତାଙ୍କ ପାଖରୁ କୌଣସି ବିବୃତ୍ତି ଆସିନାହିଁ । ତେବେ ଗତ ମାସରେ ବିଡେନ ଋଷକୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସବୁଠାରୁ ବଡ ବିପଦ ବୋଲି କହିଥିଲେ ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣାର 24 ଘଣ୍ଟା ପରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ପକ୍ଷରୁ ଆସିଛି ଅଭିନନ୍ଦନ ବାର୍ତ୍ତା । ରବିବାର ସଂଧ୍ୟାରେ ସାଉଦି ରାଜା ସଲମାନ ଏବଂ କ୍ରାଉନ ପ୍ରିନ୍ସ ନିର୍ବାଚନରେ ବିଜୟ ନେଇ ବିଡେନ ଏବଂ କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ସାଉଦି ସହ ଆମେରିକାର ସମ୍ପର୍କକୁ ସମୀକ୍ଷା କରିବେ ବୋଲି କହିଛନ୍ତି ।

ମାନବାଧିକାର ପାଇଁ ସାଉଦିଆରବ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମାଲୋଚିତ ହୋଇଛି, କିନ୍ତୁ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାଉଦି ପାଇଁ ଏକ ସୁରକ୍ଷାକବଚ ହୋଇ ରହିଥିଲେ । ୟେମେନ ଯୁଦ୍ଧରେ ସାଉଦିର ଭୂମିକା ଉପରେ ଟ୍ରମ୍ପ ପ୍ରଶାସନ କୌଣସି ଆପତ୍ତି ଉଠାଇ ନଥିଲା । ହେଲେ ବିଡେନ ଆସିବା ପରେ ଏହି ପ୍ରସଙ୍ଗରେ ସାଉଦି ଏବଂ ଆମେରିକା ମଧ୍ୟରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.