ETV Bharat / international

ବାଇଡେନ-ହାରିସଙ୍କ ବିଜୟକୁ ଗ୍ରହଣ କଲା ଆମେରିକା କଂଗ୍ରେସ, ଆସନ୍ତା 20ରେ ଶପଥପାଠ

author img

By

Published : Jan 7, 2021, 3:34 PM IST

ଗୁରୁବାର ଆମେରିକାର ମିଳିତ ଅଧିବେଶନରେ ଅଫିସିଆଲ୍ ଭାବେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରାଯାଇଛି । ବୁଧବାର ମଧ୍ୟରାତ୍ରୀରେ ମିଳିତ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ...

ବାଇଡେନ-ହାରିସଙ୍କ ବିଜୟ
ବାଇଡେନ-ହାରିସଙ୍କ ବିଜୟ

ୱାଶିଂଟନ: ଗୁରୁବାର ଆମେରିକାର ମିଳିତ ଅଧିବେଶନରେ ଅଫିସିଆଲ୍ ଭାବେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ଗ୍ରହଣ କରାଯାଇଛି । ବୁଧବାର ମଧ୍ୟରାତ୍ରୀରେ ମିଳିତ ଅଧିବେଶନ ଆରମ୍ଭ ହୋଇଥିଲା । ଏହାପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସା କରିବା ଆରମ୍ଭ କରିଦେଇଥିଲେ । ହିଂସା ପରେ ଇଲୋକ୍ଟୋରାଲ୍ କଲେଜ୍ ଭୋଟ୍ ଗଣନା ଓ ଔପଚାରିକ ପ୍ରମାଣପତ୍ରକୁ ଗ୍ରହଣ କରାଯାଇଛି ।

ହିଂସା ଫଳରେ ୱାଶିଂଟନରେ କର୍ଫ୍ୟୁ ଜାରି କରାଯାଇଛି । ସମସ୍ତ ଆଇନଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାସହ କଂଗ୍ରେସ ମଧ୍ୟରେ ଗୁଳି ଚାଳନା ସହ ଲୁହାବୁହା ଗ୍ୟାସ ମଧ୍ୟ ବ୍ୟବହାର କରାଯାଥିଲା । ଏହାକୁ ଆମେରିକା ପାଇଁ ଏକ ଅପମାନ ଓ ଲଜ୍ଜାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଜାନୁଆରୀ 20ରେ ବାଇଡେନ 78ତମ ଓ ହାରିସ 56ତମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ଡେମୋକ୍ରାଟ୍ ବାଇଡେନ ଆମେରିକାର ରାଜଧାନୀରେ ହୋଇଥିବା ଦଙ୍ଗାକୁ ଆମେରିକାର ଗଣତନ୍ତ୍ର ଉପରେ ଏକ ଅସ୍ବଭାବିକ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । କଂଗ୍ରେସର ମିଳିତ ଅଧିବେଶନ ବୁଧବାର ବିଳମ୍ବିତ ରାତିରେ ପୁନର୍ବାର ବୈଠକ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ(ଗୁରୁବାର) ପର୍ଯ୍ୟନ୍ତ ଜାରି ରହିଥିଲା । ସମସ୍ତ ଇଲେକ୍ଟୋରାଲ ଭୋଟ୍ ଗଣନା ଓ ପ୍ରମାଣିତ ପରେ ଦୁଇଟି ବିରୋଧକୁ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଆରିଜୋନା ଓ ପେନସିଲଭାନିଆରେ ମତଦାନ ଉପରେ ଉଠିଥିବା ପ୍ରଶ୍ନବାଚୀକୁ ଖାରଜ କରାଯାଇଥିଲା ।

ଏହାକୁ ରିଜେକ୍ଟ କରିବାରେ 4 ଜଣ ଆମେରିକୀୟ ଭାରତୀୟ ଆଇନଜୀବୀ ମଧ୍ୟ ସାମିଲ ଅଛନ୍ତି । ରୋ ଖନ୍ନା, ଆମି ବେରା, ରାଜା କୃଷ୍ଣମୂର୍ତ୍ତୀ, ପ୍ରମିଳା ଜୟପଲ୍ଲା ଆଇନଜୀବୀ ଆରିଜୋନା ଓ ପେନସିଲଭାନିଆ ଭୋଟ୍ ଗଣନାକୁ ନେଇ ଉଠିଥିବା ପ୍ରଶ୍ନବାଚୀକୁ ଖାରିଜ୍ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.