ଓ୍ଵାଶିଂଟନ: ଭେନେଜୁଏଲାର ନିକୋଲାସ ମାଦୁରୋ ସରକାରଙ୍କ ଉପରେ ଆମେରିକା ନିଜର କଠୋର ଆଭିମୁଖ୍ୟ ଜାରି ରଖିଛି। ଭେନେଜୁଏଲା ଉପରେ ବାରମ୍ବାର ଆର୍ଥିକ କଟକଣା ଲାଗୁ କରୁଥିବା ଆମେରିକା ସରକାର ପୁଣି ଥରେ ଭେନେଜୁଏଲା ସରକାରଙ୍କ ଅଧିକୃତ ତେଲ କମ୍ପାନୀ ପେଟ୍ରୋଲେଓସ ଡି ଭେନେଜୁଏଲାର 15 ଟି ଏୟାରକ୍ରାଫ୍ଟକୁ ନିଷିଦ୍ଧ ସମ୍ପତ୍ତି ଭାବରେ ଘୋଷଣା କରିଛନ୍ତି।
ୟୁଏସ ଡିପାର୍ଟମେଣ୍ଟ ଅଫ୍ ଟ୍ରେଜେରୀ ମଙ୍ଗଳବାର ଏକ ବୟାନ ଜାରି କରି ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ବିମାନ ସବୁ ମାଦୁରୋ ସରକାରଙ୍କ ବରିଷ୍ଠ ସଦସ୍ୟ ପରିବହନ ପାଇଁ ବ୍ୟବହାର କରୁଥିଲେ । ଏହାସହ ଅନ୍ୟ କେତେକ ବିମାନ ଆମେରିକା ସୈନ୍ୟ ବିମାନ ସହିତ ଅସୁରକ୍ଷିତ ଭାବରେ ସଞ୍ଚାଳିତ ହେଉଥିଲା।
ଭେନେଜୁଏଲାର ବିପକ୍ଷ ନେତା ଜୁଆନ ଗୁଏଡୋଙ୍କ ସମର୍ଥନରେ ଆମେରିକା ଆଗକୁ ନିକୋଲାସ ମାଦୁରୋ ସରକାରଙ୍କ ଉପରେ ଆର୍ଥିକ ପ୍ରତିବନ୍ଧ ବ୍ୟତିରେକ କୁଟନୈତିକ ନୀତି ଆପଣାଉଛି।
ଚଳିତ ମାସ ଆରମ୍ଭରେ ଆମେରିକା ଟ୍ରେଜେରୀ ଭେନେଜୁଏଲା ସଂସଦର ସାତ ଜଣ ପ୍ରତିନିଧିଙ୍କୁ ବ୍ଲାକଲିଷ୍ଟ କରିଦେଇଥିଲା । କଲମ୍ବିଆରେ ଗୁଏଡୋଙ୍କ ସହ ସୋମବାର ବୈଠକ ସମୟରେ ଆମେରିକାର ବିଦେଶମନ୍ତ୍ରୀ ମାଇକ ପମ୍ପିଓ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିପକ୍ଷ ଗୁଏଡୋଙ୍କ ସମର୍ଥନ ଜାରି ରଖିବ।