ETV Bharat / international

ଚୀନ ବିରୋଧରେ ନୂତନ କାର୍ଯ୍ୟ ଗୋଷ୍ଠୀ ଘୋଷଣା କଲେ ଆମେରିକା-ଅଷ୍ଟ୍ରେଲିଆ

କୋରୋନା ମହାମାରୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚୀନ ବିରୋଧରେ ତଦନ୍ତ ପାଇଁ ଏକ ନୂତନ କାର୍ଯ୍ୟ ଗୋଷ୍ଠୀ ଘୋଷଣା କରିଛନ୍ତି ଆମେରିକା ଏବଂ ଅଷ୍ଟ୍ରେଲିଆ ।

 ଆମେରିକା-ଅଷ୍ଟ୍ରେଲିଆ
ଆମେରିକା-ଅଷ୍ଟ୍ରେଲିଆ
author img

By

Published : Jul 29, 2020, 12:08 PM IST

ୱାଶିଂଟନ: ଚୀନର ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ପଦାକୁ ଆସିବା ପରେ ଏବେ ଚୀନ ବିରୋଧରେ ଏକାଠି ହୋଇଛନ୍ତି ଆମେରିକା ଏବଂ ଅଷ୍ଟ୍ରେଲିଆ । କୋରୋନା ମହାମାରୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚୀନ ବିରୋଧରେ ତଦନ୍ତ ପାଇଁ ଏକ ନୂତନ କାର୍ଯ୍ୟ ଗୋଷ୍ଠୀ ଘୋଷଣା କରିଛନ୍ତି ଉଭୟ ଦେଶ ।

30 ତମ ଅଷ୍ଟ୍ରେଲିଆ-ଆମେରିକା ମନ୍ତ୍ରୀ ପରାମର୍ଶ ସମ୍ମିଳନୀ ପରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସ ପେନ୍ ଚୀନକୁ ଟାର୍ଗେଟ କରି କହିଛନ୍ତି, ଉଦାରବାଦୀ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ କିଛି ଦେଶ କୋରୋନା ମହାମାରୀର ବ୍ୟବହାର କରୁଛନ୍ତି। କୋରୋନା ନିଃସନ୍ଦେହରେ ଆମ ଅଞ୍ଚଳର ସୁରକ୍ଷା ଆହ୍ବାନକୁ ଆହୁରି ବଢାଇ ଦେଇଛି। କେତେକ ଦେଶ ଉଦାରବାଦୀ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ମହାମାରୀ ବ୍ୟବହାର କରୁଛନ୍ତି । ଆମ ରଣନୈତିକ ଉଦ୍ଦେଶ୍ୟକୁ ସମର୍ଥନ କରିବାରେ ବହୁପକ୍ଷୀୟ ଅନୁଷ୍ଠାନର ଭୂମିକା ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏଥିସହ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ବିଭାଗ ଏବଂ ଆମେରିକାର ବୈଦେଶିକ ବିଭାଗ ମଧ୍ୟରେ ଏକ ନୂତନ କାର୍ଯ୍ୟ ଗୋଷ୍ଠୀ ଘୋଷଣା କରି ଆନନ୍ଦ ପ୍ରକାଶ କରିଛନ୍ତି ପେନ୍ । ସେ କହିଛନ୍ତି, ଯେତେବେଳେ କିଛି ଦେଶ ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରନ୍ତି ସେତେବେଳେ ତାହାର ହିସାବ ରଖିବା ପାଇଁ ଅଷ୍ଟ୍ରେଲିଆ ଏବଂ ଆମେରିକା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ହଂକଂରେ ଚୀନର ନୂତନ ଆଇନ ବିରୋଧରେ ମଧ୍ୟ ଉଭୟ ପକ୍ଷ ଏହି ପ୍ରତିବଦ୍ଧତା ଜାରି ରଖିବେ ବୋଲି ସେ କହିଛନ୍ତି।

ସେପଟେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏନେଇ କହିଛନ୍ତି, ବେଜିଂର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ଜୋରଦାର ଚାପ ଜାରି ରହିଛି । ତଥାପି ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଆଇନର ଶାସନ ପାଇଁ ଠିଆ ହୋଇଥିବାରୁ ଆମେରିକା ଅଷ୍ଟ୍ରେଲିଆ ସରକାରଙ୍କୁ ପ୍ରଶଂସା କରୁଛି। ଅଷ୍ଟ୍ରେଲିଆ ବିରୁଦ୍ଧରେ ବେଜିଂର ରପ୍ତାନି କିମ୍ବା ଛାତ୍ର ଶୁଳ୍କ ଗ୍ରହଣୀୟ ନୁହେଁ। ଆମେ ଆମ ଅଷ୍ଟ୍ରେଲୀୟ ବନ୍ଧୁମାନଙ୍କ ସହ ଛିଡା ହୋଇଛୁ ବୋଲି ସେ କହିଛନ୍ତି ।

ଉଭୟ ପକ୍ଷ କୋରୋନା ମହାମାରୀ ଉପରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଚୀନର ବିଚ୍ଛିନ୍ନତା ଅଭିଯାନକୁ ସର୍ବସାଧାରଣରେ ନିନ୍ଦା କରିବା ସହ ଭାଇରସର ଉତ୍ପତ୍ତି ବିଷୟରେ ନିରପେକ୍ଷ ସମୀକ୍ଷା କରିବାକୁ ପ୍ରତିବଦ୍ଧତା ଦର୍ଶାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.