ଓ୍ବାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଆତଙ୍କ ଖେଳାଇଛି କୋଭିଡ-19 । ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ଆକ୍ରାନ୍ତ ଆମେରିକାରେ ଅଛନ୍ତି । ଦେଶରେ 12 ଲକ୍ଷ 12 ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହାରି ଭିତରେ ଆମେରିକାରୁ ଏକ ଆଶ୍ବସ୍ତି ଖବର ମିଳିଛି ।
ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 1,015 ଜଣଙ୍କର ମୃତ୍ୟୁ ହୋଇଛି। ଗତ ଏକ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ତେବେ ଦେଶର ସବୁଠୁ ନ୍ୟୁୟର୍କ, ନ୍ୟୁଜର୍ସି, କାଲିଫର୍ଣ୍ଣିଆରେ ସର୍ବାଧିକ ଆକ୍ରାନ୍ତଙ୍କ ମାମଲା ଦେଖାଯାଇଛି ।
ତେବେ ଦେଶରେ ସମୂଦାୟ 12 ଲକ୍ଷ 12 ହଜାର 835ଟି ପିଜିଟିଭ ରିପୋର୍ଟ ଥିବାବେଳେ, ସେଥିରେ 69 ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି । ମୋଟ 1 ଲକ୍ଷ 88 ହଜାର ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଛି । ଆମେରିକାରେ ରିପୋର୍ଟ ହୋଇଥିବା ନ୍ୟୁୟର୍କ ସିଟିରେ ସର୍ବାଧିକ 327,374 ମାମଲା ରହିଛି । ସେଥିରୁ ନ୍ୟୁୟର୍କରେ କେବଳ 24 ହଜାର 944 ଲୋକଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ନ୍ୟୁଜର୍ସିର 129,345 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 7,951 ଜଣଙ୍କର ମୃତ୍ୟୁ ହୋଇଛି ।