ହଂକଂ: ହଂକଂ, ଟୋକିଓ ଓ ଫ୍ରାଙ୍କପୁଟସ୍ଥିତ ୟୁନାଇଟେଡ ଏୟାରଲାଇନ୍ସ ନିଜ କ୍ରିଉ ବେସକୁ ବନ୍ଦ କରିବାକୁ ଯାଉଛି । କୋରୋନା ସଂକ୍ରମଣର ପ୍ରଭାବ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପଡିଥିବା ବେଳେ ଏହାର ଫଳସ୍ବରୂପ ୟୁନାଇଟେଡ ଏୟାରଲାଇନ୍ସ ପ୍ରାୟ 840 ପୋଷ୍ଟିଂ ରବ୍ଦ କରିବାକୁ ଯାଉଛି । ଏନେଇ ସୂଚନା ଦେଇଛି ସଂସ୍ଥାର ଚିକାଗୋସ୍ଥିତ ହେଡ କ୍ବାର୍ଟର ।
ଶୁକ୍ରବାର ଏସମ୍ପର୍କରେ ନିଜ କର୍ମଚାରୀଙ୍କୁ କମ୍ପାନୀ ସୂଚନା ଦେଇଥିଲା । ଏଥିରେ ହଂକଂସ୍ଥିତ କ୍ରିଉ ବେସରେ 319 ଜଣଙ୍କ ଚାକିରୀ ଯିବା ନେଇ ସ୍ପଷ୍ଟ ହୋଇଛି । 1990ରୁ ଏହି ଏୟାରଲାଇନ୍ସ ସକ୍ରିୟ ରହିଛି । ତେବେ କୋରୋନା ପରିସ୍ଥିତିରେ କମ୍ପାନୀର ଏପରି ନିଷ୍ପତ୍ତି ନେଇ ଇନ-ଫ୍ଲାଇଟ ସର୍ଭିସ ଭାଇସ ପ୍ରେସିଡେଣ୍ଟ ଜନ ସ୍ଲେଟର କହିଛନ୍ତି କି ଦେଶରେ କୋରୋନା ପରିସ୍ଥିତି ପାଇଁ ଏପରି ନିଷ୍ପତ୍ତି ପାଇଁ କମ୍ପାନୀ ବାଧ୍ୟ ହୋଇଛି । ଏହା ଅନେକ କର୍ମଚାରୀଙ୍କ ପାଇଁ କଠୋର ହେଲେ ବି କମ୍ପାନୀ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ସେ କହିଛନ୍ତି ।
ତେବେ ଏହି ନିଷ୍ପତ୍ତି ଆସନ୍ତା ଅକ୍ଟୋବର 1ରୁ କାର୍ଯ୍ୟକାରୀ ହେବ । ସରକାରୀ ନିୟମ କୋରୋନା ଭାଇରସ ଏଡ, ରିଲିଫ ଆଣ୍ଡ ଇକୋନୋମିକ ସିକ୍ୟୁରିଟି(କେୟାର୍ସ) ମୁତାବକ ବର୍ତ୍ତମାନ କର୍ମଚାରୀମାନଙ୍କୁ ସରକାରୀ ପାଣ୍ଠିରୁ ସାହାଯ୍ୟ ମିଳୁଛି । ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗୁ ରହୁଥିବାରୁ, ଏହି ନିୟମର ଅନ୍ତେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହେବ ।
@IANS