ETV Bharat / international

ଜାନୁଆରୀ 20ରେ ଆମେରିକା ରାଷ୍ଟ୍ରପତିଙ୍କ ଆକାଉଣ୍ଟ ବାଇଡେନଙ୍କୁ ଦେବ ଟ୍ବିଟ୍‌ର

author img

By

Published : Nov 21, 2020, 5:13 PM IST

ଟ୍ବିଟ୍‌ର ଜାନୁଆରୀ 20 ତାରିଖରେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟ @POTUS କୁ ଜୋ ବାଇଡେନଙ୍କୁ ହସ୍ତାନ୍ତର କରିବ । ଅଧିକ ପଢନ୍ତୁ...

ଆମେରିକା ରାଷ୍ଟ୍ରପତି
ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟ୍‌ର ଜାନୁଆରୀ 20 ତାରିଖରେ ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟ @POTUS କୁ ଜୋ ବାଇଡେନଙ୍କୁ ହସ୍ତାନ୍ତର କରିବ । ଏନେଇ ଟ୍ବିଟ୍‌ର ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ 2021 ଜାନୁଆରୀ 20 ତାରିଖରେ ତାଙ୍କୁ ଟ୍ବିଟର ଏହା ପ୍ରଦାନ କରିବ । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏହା ଅଣାଯାଇ ବାଇଡେନଙ୍କୁ ଦେବ ଟ୍ବିଟର ।

ବର୍ତ୍ତମାନ ଏହି ଆକାଉଣ୍ଟରେ ପାଖାପାଖି 32.8 ମିଲିୟନ ଫଲୋଅର୍ସ ରହିଛନ୍ତି । ଏହି ଆକାଉଣ୍ଟର ନାମ ଏବେ ପ୍ରେସିଡେଣ୍ଟ ଟ୍ରମ୍ପ ରହିଛି । ସେପଟେ ଏହି ଆକାଉଣ୍ଟକୁ ରିସେଟ କରାଯାଇ ଶୂନ ଟ୍ବିଟ୍‌ରୁ ବାଇଡେନଙ୍କୁ ଦିଆଯିବ ବୋଲି ଜଣାପଡିଛି । ଶୁକ୍ରବାର ଏନେଇ ଟ୍ବିଟ୍‌ରର ମୁଖପାତ୍ର ସୂଚନା ଦେଇଛନ୍ତି ।

ଏନେଇ ବାଇଡେନ ଓ ହାରିସଙ୍କ ଟିମକୁ ଖୁବଶୀଘ୍ର ଟ୍ବିଟରର କର୍ମଚାରୀ ଭେଟିବେ ବୋଲି ଜଣାପଡିଛି । ସୂଚନାଥାଉକି, ଆମେରିକାରେ ନଭେମ୍ବର 3ତାରିଖରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସେ 270ରୁ ଅଧିକ ଇଲୋକ୍ଟ୍ରୋରାଲ ଭୋଟ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ ।

ସେପଟେ ଟ୍ରମ୍ପ ଏହି ନିର୍ବାଚନକୁ ଫ୍ରଡ ବୋଲି ବୋଲି କହୁଛନ୍ତି । ଅନ୍ୟପଟେ ଇଲୋକ୍ଟ୍ରୋରାଲ କଲେଜ ରିପ୍ରେଜନଟେଟିଭ୍‌ ଡିସେମ୍ବର 14 ତାରିଖରେ ଆମେରିକା ରାଷ୍ଟ୍ରପତିଙ୍କୁ ବିଧିବଦ୍ଧ ଭାବେ ନିର୍ବାଚିତ କରିବେ ବୋଲି ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.