ETV Bharat / international

ଟ୍ରମ୍ପଙ୍କ ପ୍ରତିକ୍ରିୟା ବଦଳାଇଲା ଦେଶରେ କୋରୋନାର ଗତି

author img

By

Published : Apr 14, 2020, 2:06 AM IST

ସର୍ବପ୍ରଥମେ ଜାନୁଆରୀ ମାସରେ ଯେବେ ଚୀନରୁ ଆସିଥିବା ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ୱାଶିଂଟନ ପହଞ୍ଚିଥିଲେ ସେହି ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଥିଲେ କି ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ହେଲେ ଆମେରିକାର ସ୍ଥିତି ଏବେ କାହାକୁ ଅଛପା ନୁହେଁ । ଅଧିକ ପଢନ୍ତୁ...

donald trump, corona in america, corona update, coronavirus news, trump's reaction to corona in america, ଆମେରିକାରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଆମେରିକାରେ କୋରୋନା ପ୍ରତି ଟ୍ରମ୍ପଙ୍କ ପ୍ରତିକ୍ରିୟା, ଡୋନାଲ୍ଡ ଟ୍ରମ୍ପ
ଟ୍ରମ୍ପଙ୍କ ପ୍ରତିକ୍ରିୟା ବଦଳାଇଲା ଦେଶରେ କୋରୋନାର ଗତି

ୱାଶିଂଟନ: କୋରୋନା ପ୍ରଭାବରେ ଆମେରିକାର ଅବସ୍ଥା ଏବେ କାହାକୁ ଅଛପା ନୁହେଁ । ବର୍ତ୍ତମାନ ସୁଦ୍ଧା ଏଠାରେ 5ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ଗଡିଛି ପ୍ରାୟ 22 ହଜାର ମୁଣ୍ଡ । ସେପଟେ ଏଥିରେ ନିଜ ଦୋଷ ସ୍ବୀକାର କରିବାକୁ ନାରାଜ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏହି କଥାକୁ ଟାଳି ହେବ ନାହିଁ କି ପରିସ୍ଥିତି ଆରମ୍ଭରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ହିଁ ଆଜି ଦେଶର ଅବସ୍ଥା ପାଇଁ ଦାୟୀ ।

ସର୍ବପ୍ରଥମେ ଜାନୁଆରୀ ମାସରେ ଯେବେ ଚୀନରୁ ଆସିଥିବା ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ୱାଶିଂଟନ ପହଞ୍ଚିଥିଲେ ସେହି ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଥିଲେ କି ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏଥିସହ ତାଙ୍କର ଚିକିତ୍ସା ଜାରି ରହିଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଯଦି ସେହି ସମୟରେ ସଂକ୍ରମଣର ଗଭୀରତାକୁ ବୁଝି ଆବଶ୍ୟକୀୟ ପଦକ୍ଷେନ ନିଆଯାଇଥାନ୍ତା ତାହେଲେ ହୁଏତ ବଞ୍ଚି ଯାଇଥଆନ୍ତା ଅନେକ ନିରୀହ ଜୀବନ । ଏହି ସମୟ ସୁଦ୍ଧା ଦେଶରେ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ, ଔଷଧ, ସଂକ୍ରମଣ ରୋକିବାରେ ଆବଶ୍ୟକ ମାସ୍କ ଓ ସାନିଟାଇଜର ଅଛି କି ନାହିଁ ବୋଲି ମଧ୍ୟ ସ୍ଥିତିର ସମୀକ୍ଷା ହୋଇ ନଥିଲା । ଯାହା ଆଗକୁ ଆସୁଥିବା ବିପଦ ପାଇଁ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟକୁ ବେଶ ସ୍ପଷ୍ଟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.