ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟିକ୍ ପାର୍ଟିର ମେମ୍ବର ଦୁଇଟି ଚାର୍ଜସିଟ୍ ଦାଖଲ କରିଛନ୍ତି । ଏହାକୁ ମଞ୍ଜୁର କରିଛି ଆମେରିକୀୟ ଜୁଡିସିଆରୀ କମିଟି। ଏନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ନିଜ କ୍ଷମତାର ଅପବ୍ୟବହାର ସେ ଅନ୍ୟ ଲୋକଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।
ଜୁଡିସିଆରୀ କମିଟି ଶୁକ୍ରବାର ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି । ନିଜ ପ୍ରତିନ୍ଦ୍ବଦୀ ଜୋ ବିଡେନଙ୍କ ବିରୋଧରେ ଯାଞ୍ଚକୁ ନେଇ ୟୁକ୍ରେନ ଉପରେ ଚାପ ପକାଇବା ଓ ମାମଲାରେ ଯାଞ୍ଚ ବେଳେ ଡେମୋକ୍ରାଟଙ୍କୁ ରୋକିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଗାମୀ ସପ୍ତାହରେ ଭୋଟ ଗ୍ରହଣ କରାଯିବ। ଯଦି ଟ୍ରମ୍ପଙ୍କ ବିରୋଧରେ ମତଦାନ ହୁଏ, ଏହି ମାମଲାରେ ସେ ତୃତୀୟ ଆମେରିକୀୟ ରାଷ୍ଟ୍ରପତି ହେବେ।
ଯଦି ମହାଭିଯୋଗ ପ୍ରସ୍ତାବ ଆଗତ ହୁଏ, ତାଙ୍କ ହାତରୁ ରାଷ୍ଟ୍ରପତି ପଦ ଯିବାର ସମ୍ଭାବନା କମ୍ ରହିଛି । କାରଣ ସିନେଟରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟିର ବହୁମତ ରହିଛି । ଅନ୍ୟପକ୍ଷେ କମିଟିର ଅଧ୍ୟକ୍ଷ ଜେରୀ ନାଡଲେରଙ୍କ କହିବା ଅନୁସାରେ, ଆମେରିକା ପାଇଁ ଏହା କଳାଦିନ। ବିଗତ 150 ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ(ଇମପିଚମେଣ୍ଟ)ପ୍ରସ୍ତାବ ଆସିଛି।