ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଶନିବାର ଆଉଟ ଡୋରରେ ରାଲି କରିବେ ଟ୍ରମ୍ପ

author img

By

Published : Jul 6, 2020, 4:51 PM IST

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନା ମହାମାରୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଜୋ ବିଡେନଙ୍କ ନିର୍ବାଚନୀ ରାଲି ଏବେ ଖୁବ ଚର୍ଚ୍ଚାରେ ଥିବା ଦେଖିବାକୁ ମିଳୁଛି । ଆସନ୍ତା ଶନିବାର କୋରୋନା କଟକଣା ମଧ୍ୟରେ ଆଉଟ ଡୋରରେ ରାଷ୍ଟ୍ରପତି ନିର୍ବାଚନ ରାଲି କରିବେ ବୋଲି ଜଣାପଡିଛି ।

ରାଷ୍ଟ୍ରପତି ନିର୍ବାଚନ:  ଶନିବାର ଆଉଟ ଡୋରରେ ରାଲି କରିବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଶନିବାର ନ୍ୟୁ ହାମ୍ପସାୟରରେ 'ମେକ୍ ଆମେରିକା ଗ୍ରେଟ୍ ଏଗେନ' ରାଲି କରିବେ ବୋଲି ତାଙ୍କର ପୁନଃ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅଧିନରେ ରବିବାର ଏହା ଘୋଷଣା ହୋଇଛି । ପୋର୍ଟସମାଉଥ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଲିରେ ଉପସ୍ଥିତ ଲୋକଙ୍କୁ ସାନିଟାଇଜର ଓ ମାସ୍କ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାରର ମୁଖପାତ୍ର ହୋଗାନ୍ ଗିଡଲେ ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରମ୍ପ ଦେଶକୁ ପୁନଃସ୍ଥାପନ, ପୁନଃ ନିର୍ମାଣ, ନବୀକରଣ କରିଛନ୍ତି ଏବଂ ଆଗକୁ ମଧ୍ୟ ସେ ଏପରି କାର୍ଯ୍ୟ ଜାରି ରଖିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବର ସର୍ବ ଶ୍ରେଷ୍ଠ ଦେଶ ଆମେରିକା ରାଲିରେ ଯୋଗ ଦେବ । ଆମର ପ୍ରକୃତ ଦେଶ ପ୍ରେମର ପରିଚୟ ଦେବା । ମହାମାରୀ ଯୋଗୁଁ ସଭା ଆଦି ବନ୍ଦ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ଟ୍ରମ୍ପଙ୍କ ଦ୍ବିତୀୟ ରାଲି ହେବ ବୋଲି ସେ କହିଛନ୍ତି ।

ପୂର୍ବରୁ ଜୁନ୍ 20ରେ ଓକାଲୋହୋମା ତୁଲସା ଠାରେ ଏହା ଅନୁଷ୍ଠିତ ହୋଇଥିଲା | ତେବେ ତୁଲସା ରାଲିର ଏକ ସପ୍ତାହ ପରେ ରାଲିରେ ସାମିଲ ହୋଇଥିବା ଅନେକ ସଦସ୍ୟଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଥିଲା । ଏହାସହ ରାଲିରେ ସାମିଲ ଥିବା ଦୁଇ ଜଣ ସଦସ୍ୟ କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ରାଲି ପୂର୍ବରୁ 6 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ରାଲିରେ ସାମିଲ ହେବାକୁ ଅନୁମତି ପ୍ରଦାନ କରାଯାଇନଥିଲା ।

ତେବେ ଏଠାରେ କହି ରଖୁଛୁ ଯେ, ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ପ୍ରେମିକା କିମ୍ୱେରଲି ଗୁଇଲଫୋୟଲେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.