ETV Bharat / international

3 ଦିନରେ 14 ରାଲି ସମ୍ବୋଧନ କରିବେ ଟ୍ରମ୍ପ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 14 ଟି ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢନ୍ତୁ...

author img

By

Published : Oct 31, 2020, 5:19 PM IST

ରାଲି ସମ୍ବୋଧନ କରିବେ ଟ୍ରମ୍ପ
ରାଲି ସମ୍ବୋଧନ କରିବେ ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 14 ଟି ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଟ୍ରମ୍ପ ଏକ ପ୍ରମୁଖ ନିର୍ବାଚନୀ କ୍ଷେତ୍ର ପେନସିଲଭାନିଆରେ 4ଟି ରାଲି କରିବେ ବୋଲି ଘୋଷଣା କରିଛନ୍ତି।

2016 ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପେନସିଲଭାନିଆରେ 48.18 ପ୍ରତିଶତ ମତଦାନ ସହ ଜିତିଥିଲେ। କିନ୍ତୁ ଏହି ନିର୍ବାଚନ ଚକ୍ରରେ ରାଷ୍ଟ୍ରପତି ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ପଛରେ ଅଛନ୍ତି। ଗୁରୁବାର ପ୍ରକାଶ ପାଇଥିବା ସଦ୍ୟତମ ହିଲ/ହାରିସ୍ ନିର୍ବାଚନୀ କ୍ଷେତ୍ର ସର୍ଭେରେ ବିଡେନ 51 ପ୍ରତିଶତରେ ଆଗୁଆ ଅଛନ୍ତି । ଏହି ଘୋଷଣାନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଷ୍ଟ୍ରପତି ରବିବାର ମିଚିଗାନ, ଆଇୱା, ଉତ୍ତର କାରୋଲିନା, ଜର୍ଜିଆ ଏବଂ ଫ୍ଲୋରିଡା ଠାରେ 5ଟି ରାଲି କରିବେ। ନିର୍ବାଚନ ଦିବସ ଅବସରରେ ଟ୍ରମ୍ପ ସୋମବାର ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ୱିସ୍କୋସିନରେ ଆଉ 5ଟି ରାଲିରେ ଯୋଗଦେବେ ।

ଶୁକ୍ରବାର ହ୍ବାଇଟ ହାଉସରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନ ଦିନ ବି ସେ ଯାତ୍ରା କରିପାରନ୍ତି। ସେ ଏହା ମଧ୍ୟ କହିଥିଲେ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.