ETV Bharat / international

ଟ୍ରମ୍ପ ସରକାରଙ୍କ ଘୋଷଣା, ଚଳିତ ବର୍ଷ ଶେଷ ଯାଏଁ ବଢିଲା ଭିସା ଅବଧି

author img

By

Published : Jun 23, 2020, 9:10 AM IST

ଟ୍ରମ୍ପ ପ୍ରଶାସନ ନୂତନ ପ୍ରବାସୀମାନଙ୍କ ପାଇଁ "ସବୁଜ କାର୍ଡ" ପ୍ରଦାନ ଏବଂ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ H-1B ଏବଂ H-4 ସହିତ ବିଦେଶୀମାନଙ୍କ ପାଇଁ କାର୍ଯ୍ୟ ଭିସା ସ୍ଥଗିତ ରଖିଛନ୍ତି।

ଟ୍ରମ୍ପ ସରକାରଙ୍କ ବଡ ଘୋଷଣା, ଚଳିତ ବର୍ଷ ଶେଷ ଯାଏଁ ବଢିଲା ଭିସା ଅବଧି

ୱାସିଂଟନ୍: ଟ୍ରମ୍ପ ପ୍ରଶାସନ ନୂତନ ପ୍ରବାସୀମାନଙ୍କ ପାଇଁ "ସବୁଜ କାର୍ଡ" ପ୍ରଦାନ ଏବଂ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ H-1B ଏବଂ H-4 ସହିତ ବିଦେଶୀମାନଙ୍କ ପାଇଁ କାର୍ଯ୍ୟ ଭିସା ସ୍ଥଗିତ ରଖିଛନ୍ତି। ଏନେଇ ସୋମବାର ଆମେରିକା ସରକାର ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ, ଆମେରିକାର ଆଇନଗତ ସ୍ଥାୟୀ ବାସିନ୍ଦା ତଥା ଆମେରିକୀୟ ନାଗରିକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିପରି ଅପସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (ଓପିଟି) ଯାହା ଅଧିକାଂଶ ବିଦେଶୀ ଛାତ୍ର ଆମେରିକାରେ ସ୍ନାତକ ହାସଲ କରିବା ପରେ ଯୋଗ୍ୟ ଅଟନ୍ତି ତାଙ୍କୁ ମଧ୍ୟ ଏଥିର ଛାଡ ଦିଆଯାଇଛି। ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଘୋଷଣା ଜାରି କରି ଟ୍ରମ୍ପ ବିଭିନ୍ନ ବ୍ୟବସାୟିକ ସଂଗଠନ, ଆଇନଜୀବୀ ତଥା ମାନବାଧିକାର ସଂସ୍ଥାକୁ ଝଟକା ଦେଇଛନ୍ତି।

ଜୁନ୍ 24 ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଘୋଷଣା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଅନେକ ଆମେରିକୀୟ ଏବଂ ଭାରତୀୟ କମ୍ପାନୀ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଯେଉଁମାନେ ଅକ୍ଟୋବର 1 ରୁ 2021 ଆର୍ଥିକ ବର୍ଷ ପାଇଁ ଆମେରିକା ସରକାରଙ୍କୁ H-1B ଭିସା ପ୍ରଦାନ କରିଥିଲେ।

ତେବେ ଷ୍ଟାମ୍ପ୍ ପାଇବାକୁ ଆମେରିକାର କୂଟନୈତିକ ମିଶନ ନିକଟକୁ ଆସିବା ପୂର୍ବରୁ ସେମାନଙ୍କୁ ବର୍ତ୍ତମାନ ଅତି କମରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଟ୍ରମ୍ଫ କହିଛନ୍ତି। ଟ୍ରମ୍ପ ତାଙ୍କ ଘୋଷଣାରେ କହିଛନ୍ତି ଯେ ଫେବୃଆରୀରେ ମେ ରୁ 2020 ମଧ୍ୟରେ ଯୁକ୍ତରାଷ୍ଟ୍ରର ସାମଗ୍ରିକ ବେକାରୀ ହାର ପ୍ରାୟ ଚାରିଗୁଣ ହୋଇଛି - ଶ୍ରମ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ରେକର୍ଡ ହୋଇଥିବା ତଥ୍ୟ ଦର୍ଶାଉଛି ଦେଶରେ ଅତ୍ୟଧିକ ବେକାରୀ ହାର ବୃଦ୍ଧି ପାଉଛି।

ବର୍ଷ ଶେଷ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ନୂତନ ଭିସା ଅବଧି ପାଖାପାଖି 525,000 ଆମେରିକୀୟଙ୍କ ଚାକିରୀକୁ ପ୍ରଭାବିତ କରିବ। ହେଲେ ବର୍ତ୍ତମାନର ଅର୍ଥନୈତିକ ସଙ୍କଟ କାରଣରୁ ଚାକିରୀ ହରାଇଥିବା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.