ETV Bharat / international

ଦେଶ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବ: ଟ୍ରମ୍ପ

author img

By

Published : Apr 5, 2020, 3:11 PM IST

ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Trump says 'toughest' weeks ahead as coronavirus spreads
ଦେଶ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବ: ଟ୍ରମ୍ପ

ୱାଶିଂଟନ: ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଦେଶରେ ଲାଗି ରହିଥିବା ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ନେଇ ନିଜର ଅଧୈଯ୍ୟତା ବ୍ୟକ୍ତ କରିଛନ୍ତି । ଖୁବ ଶୀଘ୍ର ଦେଶ ଚଳଚଞ୍ଚଳ ହେବା ସହ ଅର୍ଥନୀତି ଟ୍ରାକକୁ ଫେରିବା ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏହା ସହ ଦୁର୍ଭାଗ୍ୟବଶତଃ ସେଠାରେ ବହୁ ମୃତ୍ୟୁ ଘଟିବ ବୋଲି ଟ୍ରମ୍ପ ନିଜର କୋରୋନା ସଂପର୍କିତ ଦୈନିକ ଘୋଷଣାନାମାରେ ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପଙ୍କ ସହ ଉପରାଷ୍ଟ୍ରପତି ମାଇକ ପେନ୍ସ, ଭାଇରସ ଟାସ୍କଫୋର୍ସ ସଂଯୋଜକ ଡ. ଦେବରାହ ବ୍ରିକ୍ସ ଏବଂ ଆମେରିକା ସରକାରଙ୍କ ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସି ଯୋଗ ଦେଇଥିଲେ । ଏଠାରେ ଛିଡା ହୋଇଥିବା ପ୍ରତ୍ୟେକ ଲୋକ ପରସ୍ପରଠାରୁ ବହୁତ ଦୂରରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

କୋରୋନା ପ୍ରତିଷେଧକ ଭାଇରସ ମୁକାବିଲା ପାଇଁ କାର୍ଯ୍ୟକରୁଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଏହା ସହ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ସେ ଏହାକୁ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଯୁକ୍ତରାଷ୍ଟ୍ରରେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 300,000 ଅତିକ୍ରମ କରିଛି, ମୃତ୍ୟୁ ସଂଖ୍ୟା 8,400 କୁ ବୃଦ୍ଧି ପାଇଛି । ସେହି ମୃତ୍ୟୁ ମଧ୍ୟରୁ 3500ରୁ ଅଧିକ ନ୍ୟୁୟର୍କର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.