ETV Bharat / international

ଆର୍ମି ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ, ହ୍ବାଇଟ ହାଉସରେ ପହଞ୍ଚିବା କ୍ଷଣି ଓହ୍ଲାଇଲେ ମାସ୍କ

ଆର୍ମି ହସ୍ପିଟାଲରେ ୪ ଦିନର କୋଭିଡ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ । ୭୭ ବର୍ଷୀୟ ଟ୍ରମ୍ପ ଏବେ ସୁସ୍ଥ ହୋଇଛନ୍ତି । ଟ୍ରମ୍ପ ସୁସ୍ଥ ହୋଇଯିବା ପରେ ତାଙ୍କର ଡାକ୍ତର ୱାଲଟର ରିଡ ନ୍ୟାସନାଲ ମିଲିଟାରୀ ସେଣ୍ଟରରୁ ଡିସଚାର୍ଜ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Oct 6, 2020, 7:51 AM IST

ଆର୍ମି ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ
ଆର୍ମି ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ

ୱାଶିଂଟନ: ସାମରିକ ହସ୍ପିଟାଲରୁ ଡିସଚାର୍ଜ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋଭିଡ ଆକ୍ରାନ୍ତ ହେବା ପରେ ଟ୍ରମ୍ପ ଉକ୍ତ ହସ୍ପିଟାଲରେ ଚାରି ଦିନ ଧରି ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବାରୁ ହ୍ବାଇଟ ହାଉସକୁ ଫେରିଛନ୍ତି । ୭୭ ବର୍ଷୀୟ ଟ୍ରମ୍ପ ଏବେ ସୁସ୍ଥ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ଜଣାଇବା ସହ କୋରୋନା ଭାଇରସକୁ ନେଇ ଭୟଭୀତ ନ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଆମେରିକାର ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ ସୁଧାର ଆସିଛି । ତେବେ ସମୂର୍ଣ୍ଣ ସୁ୍ସ୍ଥ ହୋଇନାହାଁନ୍ତି । ହ୍ବାଇଟ ହାଉସରେ ସ୍ବାସ୍ଥ୍ୟ ସେବା ଜାରି ରହିବ । ସେପଟେ ହ୍ବାଇଟ ହାଉସରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ମାସ୍କ ଓହ୍ଲାଇ ଦେଇଥିଲେ । ଟ୍ରମ୍ପ ଡିସଚାର୍ଜ ହେବାର ଗୋଟିଏ ଦିନ ପୂର୍ବରୁ କିଛି ସମୟ ପାଇଁ କାରରେ ବାହାରି ନିଜ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ହ୍ବାଇଟ ହାଉସର ଅଧିକାରୀଙ୍କ ଅନୁସାରେ, ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲରେ ତିନି ରାତି ବିତାଇବା ପରେ ଟ୍ରମ୍ପଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସୋମବାର ଡାକ୍ତରମାନେ କହିଥିଲେ, ତାଙ୍କର ଅମ୍ଳଜାନ ସ୍ତର ହଠାତ୍ ଦୁଇଥର ହ୍ରାସ ପାଇଥିଲା । ଏହା ପରେ ତାଙ୍କୁ ଅଷ୍ଟ୍ରୋଏଡ ଦିଆଯାଇଥିଲା । ଏହା ପରେ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଦେଖିବାକୁ ମିଳିଥିଲା । ଫଳରେ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଛି । ଟ୍ରମ୍ପଙ୍କ ଶରୀରରେ ବର୍ତ୍ତମାନ ଅକ୍ସିଜେନର ସ୍ତର 98 ପ୍ରତିଶତ ରହିଛି ।

ଶନିବାର ଟ୍ରମ୍ପ ଏକ ଭିଡିଓ ଜାରି କହିଥିଲେ, ‘ସେ ପୂର୍ବ ଅପେକ୍ଷା ସୁସ୍ଥତା ଅନୁଭବ କରୁଛନ୍ତି । ଖୁବଶିଘ୍ର ଫେରିବାକୁ ହେବ କାରଣ ଆମେରିକାକୁ ଆହୁରି ଆଗକୁ ନେବାକୁ ପଡିବ।’ ଟୁଇଟରରେ ପ୍ରାୟ ଚାରି ମିନିଟର ଭିଡିଓ ବାର୍ତ୍ତାରେ ଟ୍ରମ୍ପ କହିଥିଲେ, ’’ମୁଁ ଖୁବ ଶୀଘ୍ର ସୁସ୍ଥ ହେବି ଓ ନିର୍ବାଚନ ପ୍ରଚାରକୁ ଓହ୍ଲାଇବି’’ । ହସ୍ପିଟାଲରୁ ଫେରିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ ଯେ, ‘ମୁଁ ସୁସ୍ଥ ଅନୁଭବ କରୁଛି ।’

ସୂଚନାଯୋଗ୍ୟ, ଅକ୍ଟୋବର 2 ତାରିଖରେ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଉଭୟେ କୋରୋନା ପଜିଟିଭ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ । ଆମେରିକା ପ୍ରଥମ ମହିଳା ମେଲିନିଆ ହ୍ବାଇଟ ହାଉସରେ ଚିକିତ୍ସିତ ହେଉଥିବାବେଳେ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.