ୱାଶିଂଟନ: କୋରୋନାରେ ଆମେରିକା ସ୍ଥିତି ଅସମ୍ଭାଳ । ଦେଶରେ କୋରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଦେଶରେ ମହାମାରୀ ମହାବିପତ୍ତି ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଅବସର ବିନୋଦନର ପାଇଁ ଗଲ୍ଫ କୋର୍ସରେ ଗଲ୍ଫ ଖେଳିବାରେ ବ୍ୟସ୍ତ ରହିଥିଲେ । ବିନା ମାସ୍କରେ ଗଲ୍ଫର ମଜା ନେଇଥିଲେ ଟ୍ରମ୍ପ ।
ଶନିବାର ଗଲ୍ଫ ଖେଳିବାକୁ ଆସିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଦେଶରେ 75 ଦିନ ଲକଡାଉନ ପରେ ଭର୍ଜିନିଆର ନିଜ ଗଲ୍ଫ କୋର୍ସରେ ସେ ଧଳା ପୋଲୋ ସାର୍ଟ ଏବଂ ବେସବଲ୍ କ୍ୟାପ୍ ପିନ୍ଧି ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ସିକ୍ରେଟ୍ ସର୍ଭିସର ଏଜେଣ୍ଟମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ତାଙ୍କ ଏଜେଣ୍ଟମାନେ ମାସ୍କ ପିନ୍ଧିଥିବାବେଳେ ଟ୍ରମ୍ପ ବିନା ମାସ୍କରେ ଥିଲେ।
ମହାମାରୀ ମଧ୍ୟରେ ଟ୍ରମ୍ପଙ୍କ ଗଲ୍ଫ ଖେଳକୁ ନେଇ ବିବାଦ ଉପୁଜିଛି । କୋରୋନା ସଂକ୍ରମଣର ଦ୍ବିତୀୟ ୱେଭ ଆମେରିକାରେ ଆରମ୍ଭ ହେବ ବୋଲି କୁହାଯାଉଛି । ରବିବାର ପର୍ଯ୍ୟନ୍ତ ଆମେରିକାରେ 16 ଲକ୍ଷ 67 ହଜାର 054 ସଂକ୍ରମିତ ଲୋକ ମିଳିଥିଲେ । ମୃତ୍ୟୁସଂଖ୍ୟା ମଧ୍ୟ 98815ରେ ପହଞ୍ଚିଛି ।