ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ବିତର୍କରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଓ ଟ୍ରମ୍ପଙ୍କ ମଧ୍ୟରେ ବିତର୍କ ଅକ୍ଟୋବର 15 ତାରିଖରେ ଫ୍ଲୋରିଡାର ମିଆମିରେ ଅନୁଷ୍ଠିତ ହେବ । ଏନେଇ ଟ୍ରମ୍ପଙ୍କ ପ୍ରଚାରର ଯୋଗଯୋଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଟ୍ରମ୍ପ କୋରୋନାକୁ ସୁସ୍ଥ ହେବା ହ୍ବାଇଟ ଫେରିଛନ୍ତି । ଦୀର୍ଘ ଚାରି ଦିନ ଧରି ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲରେ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ତେବେ ସେ ହ୍ବାଇଟ ହାଉସରେ ରହି ଚିକିତ୍ସିତ ହୋଇପାରିବେ । ଡ. କନଲି ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି, ଗତ 24 ଘଣ୍ଟା ମଧ୍ୟରେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ତାଙ୍କୁ ଆଉ ଥରେ ରେମଡେସିଭିରର ଡୋଜ ଦିଆଯିବ । ତେବେ ଗତ 72 ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କ ଶରରୀରେ ତାପମାତ୍ରା ରହିଥିଲା ।
ସକାଳ 06.30 ସମୟରେ ଟ୍ରମ୍ପ ଆର୍ମି ହସ୍ପିଟାଲରୁ ହ୍ବାଇଟ ହାଉସ ଫେରୁଥିବା ନେଇ ଟ୍ବିଟ କରିଥିଲେ । ସେ ଏବେ ସୁସ୍ଥତା ଅନୁଭବ କରନ୍ତି, କୋରୋନାକୁ ନେଇ କୌଣସି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଥିଲେ ।
@ANI