ETV Bharat / international

ଜଜଙ୍କୁ ଟ୍ରମ୍ପଙ୍କ ନିବେଦନ: ଟ୍ବିଟ ପାଇଁ ତାଲିବାନକୁ ଅନୁମତି, ମୋତେ କାହିଁକି ନୁହେଁ ?

ଟ୍ବିଟର ଆକାଉଣ୍ଟ ସଚଳ କରିବାକୁ ଫ୍ଲୋରିଡା ଜିଲ୍ଲା ଜଜଙ୍କ ନିକଟରେ ନିବେଦନ କଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ..,

author img

By

Published : Oct 3, 2021, 11:31 AM IST

trump-goes-to-court-trying-to-get-twitter-to-reinstate-his-account
ଜଜଙ୍କ ନିକଟରେ ଟ୍ରମ୍ପଙ୍କ ନିବେଦନ: ଟୁଇଟ୍ ପାଇଁ ତାଲିବାନକୁ ଅନୁମତି, ମୋତେ କାହିଁକି ନୁହେଁ

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ବିଟର ଆକାଉଣ୍ଟ ସଚଳ କରିବା ପାଇଁ ଫ୍ଲୋରିଡା ଜିଲ୍ଲା ଜଜଙ୍କ ନିକଟରେ ନିବେଦନ କରିଛନ୍ତି । ତାଲିବାନକୁ ଟ୍ବିଟ କରିବାର କ୍ଷମତା ଦିଆଯାଉଛି, ମୋତେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଟ୍ରମ୍ପ ।

ସୂଚନା ଅନୁଯାୟୀ ଗତ ଜାନୁଆରୀ ୬ରେ କ୍ୟାପିଟଲ ହିଲ୍ ହିଂସାକାଣ୍ଡକୁ ଉସକାଇବା ଅଭିଯୋଗରେ ଟ୍ବିଟର କମ୍ପାନୀ ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦକରି ଦିଆଯାଇଥିଲା । ଏହାପରେ ଫେସବୁକ୍, ଇନଷ୍ଟାଗ୍ରାମ ଭଳି ଅନ୍ୟ ସୋସିଆଲ ମିଡିଆ ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲେ । ତେବେ ଏହା ବିରୋଧରେ ଟ୍ରମ୍ପ ଗତ ଜୁଲାଇରେ ଫ୍ଲୋରିଡା ଜିଲ୍ଲା ଜଜଙ୍କ କୋର୍ଟରେ ମାମଲା ଦାୟର କରିଥିଲେ ।

ସେଥିରେ ଟ୍ରମ୍ପ ଦର୍ଶାଇଥିଲେ ଯେ, 'ଆମେରିକୀୟ କଂଗ୍ରେସ ଚାପରେ, ଟ୍ବିଟର ମୋ ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହା ମୋ ପ୍ରତି ଅନ୍ୟାୟ । ତେଣୁ ମୋ ଆକାଉଣ୍ଟକୁ ପୁନଃ ଲାଗୁ କରିବା ପାଇଁ ଅନୁମତି ଦିଆଯାଉ ।' ତେବେ ଗତକାଲି(ଶନିବାର) ଏହି ମାମଲାର ଶୁଣାଣି ସମୟରେ ଟ୍ରମ୍ପ କହିଛନ୍ତି ଯେ, 'ଟ୍ବିଟର କମ୍ପାନି ତାଲିବାନ ଆତଙ୍କବାଦୀଙ୍କୁ ନିଜ ମତ ରଖିବାକୁ ଅନୁମତି ଦେଉ ଥିବାବେଳେ ମୋ ଉପରେ କଣ ପାଇଁ ରୋକ୍ ଲଗାଇଛି । ଆଫଗାନିସ୍ତାନରେ ଗଠିତ ତାଲିବାନ ନେତୃତ୍ତ୍ବାଧିନ ସରକାର ପକ୍ଷରୁ କରାଯାଉଥିବା ସବୁ ଟ୍ବିଟକୁ କମ୍ପାନି ପ୍ରକାଶ କରୁଛି । ମାତ୍ର ମୁଁ ଜଣେ ପୂର୍ବତନ ରାଷ୍ଟ୍ରପତି ହୋଇ ମଧ୍ୟ କମ୍ପାନି ମୋ ଆକାଉଣ୍ଟରୁ ଦିଆଯାଉଥିବା ତଥ୍ୟକୁ ବିଭ୍ରାନ୍ତିକର ଦର୍ଶାଇ ବନ୍ଦ କରିଦେଇଛି , ଯାହା ଆଦୌ ଗ୍ରହଣୀୟ ନୁହେଁ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.