ETV Bharat / international

ଟେକ୍‌ ଜାଏଣ୍ଟଙ୍କୁ ହିଂସା ବିରୋଧରେ ପଦକ୍ଷେପ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶ

ଆମେରିକାରେ ଉଗ୍ର ରୂପ ଧାରଣ କରିଥିବା ଜାତିଆଣ ବିରୋଧୀ ଆନ୍ଦୋଳନରେ କେତେକ ଦୁର୍ବୃତ୍ତ ସାମିଲ ହୋଇ ଏହାର ମୂଳ ଉଦ୍ଦେଶ୍ୟରୁ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଦେଖାଯାଉଛି । ଏଥିରେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଥିବା ମଧ୍ୟ ଦେଖାଯାଇଛି । ତେବେ ଏହି ହିଂସାତ୍ମକ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ଟ୍ରମ୍ପ ସରକାର ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

author img

By

Published : Jun 27, 2020, 6:32 PM IST

violence in america, anti-racism protest in america, president donald trump, trump's order to tech giants in america, violence message on social media, ଆମେରିକାରେ ହିଂସା, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାରେ ଟେକ ଜାଏଣ୍ଟଙ୍କୁ ଟ୍ରମ୍ପଙ୍କ ନିର୍ଦ୍ଦେଶ, ସୋସିଆଲ ମିଡିଆରେ ଆନ୍ଦୋଳନ ବାର୍ତ୍ତା
ଟେକ୍‌ ଜାଏଣ୍ଟଙ୍କୁ ହିଂସା ବିରୋଧରେ ପଦକ୍ଷେପ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶ

ୱାଶିଂଟନ: ଆମେରିକାରେ ଉଗ୍ର ରୂପ ଧାରଣ କରିଥିବା ଜାତିଆଣ ବିରୋଧୀ ଆନ୍ଦୋଳନରେ କେତେକ ଦୁର୍ବୃତ୍ତ ସାମିଲ ହୋଇ ଏହାର ମୂଳ ଉଦ୍ଦେଶ୍ୟରୁ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଦେଖାଯାଉଛି । ଫଳ ସ୍ବରୂପ ଆମେରିକା ସମେତ ଲଣ୍ଡନରେ ମଧ୍ୟ ଅନେକ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ପଛାଇନାହାନ୍ତି ଏହି ଆନ୍ଦୋଳନକାରୀ । ତେବେ ଏନେଇ ହୋଇଥିବା ତଦନ୍ତରୁ ଜଣା ପଡିଛି କି ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ଦୁର୍ବୃତ୍ତ ଏପରି ହିଂସାକାଣ୍ଡ ପାଇଁ ଲୋକଙ୍କୁ ଉସୁକାଉଛନ୍ତି ।

ଏଥିରେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଥିବା ମଧ୍ୟ ଦେଖାଯାଇଛି । ତେବେ ଏହି ହିଂସାତ୍ମକ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ଟ୍ରମ୍ପ ସରକାର ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଗୁଗୁଲ, ଆପଲ, ଟ୍ବିଟର ଓ ଫେସବୁକରୁ ସମସ୍ତ ହିଂସାତ୍ମକ ଓ ଉତ୍ତେଜକ ପୋଷ୍ଟ ଡିଲିଟ୍‌ କରିବା ପାଇଁ ସମ୍ପୃକ୍ତ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ପୋଷ୍ଟ କର୍ଫ୍ୟୁ କୋହଳ ନେଇ ଦାବି କରୁଛି କିମ୍ବା ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ଉତ୍ତେଜନାତ୍ମକ ଟିପ୍ପଣୀ ଦେଇଛି, ତେବେ ସେପରି ପୋଷ୍ଟକୁ ତୁରନ୍ତି ଡିଲିଟ କରିବା ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ଏହି ପଦକ୍ଷେପକୁ କଡାକଡି କରିବା ପାଇଁ ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ ସମସ୍ତ ଟେକ ଜାଏଣ୍ଟମାନଙ୍କୁ ଚିଠି ଲେଖି ଅବଗତ କରାଇଛି । ଏହି ଚିଠିରେ ଲେଖାଯାଇଛି କି ବିଗତ କିଛି ଦିନ ହେବ ଦେଶରେ ଜାରି ରହିଥିବା ବେଆଇନ କାର୍ଯ୍ୟାଳାପ ଯଥା ପ୍ରତିମୂର୍ତ୍ତି ଭାଙ୍ଗିବା, ସାମାଜିକ ଦୂରତା ନିୟମ ଭାଙ୍ଗି ଶହ ଶହ ଲୋକେ ଏକାଠି ହେବା, ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି କରିବା, ଲୁଟ ଓ ଅଗ୍ନିକାଣ୍ଡ ଆଦି ସ୍ଥିତି ସୃଷ୍ଟି କରିବା ପଛରେ ସୋସିଆଲ ମିଡିଆ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛି । ଏସମସ୍ତ କାର୍ଯ୍ୟକଳାପ ସଫଳ ହେବା ପଛରେ ମଧ୍ୟ ସୋସିଆଲ ମିଡିଆ ଦାୟୀ । ତେଣୁ ସମସ୍ତ କମ୍ପାନୀ ନିଜ ପ୍ଲାଟଫର୍ମ ଉପରେ କଡା ନଜର ରଖିବା ସହ ଏପ୍ରକାର କାର୍ଯ୍ୟକଳାପକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ।

ଶୁକ୍ରବାର ଦେଶର ସମସ୍ତ ପ୍ରତିମୂର୍ତ୍ତୀ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ସ୍ବାକ୍ଷର କରିଛନ୍ତି । ଦେଶରେ କୃଷ୍ଣକାୟ ଆଫ୍ରିକାନ-ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ପରେ ଲାଗି ରହିଥିବା ଉତ୍ତେଜନା ପାଇଁ ଅନେକ କୂଟନୀତିଜ୍ଞ ଟ୍ରମ୍ପଙ୍କୁ ଦାୟୀ କରିଥିଲେ । ପଦକ୍ଷେପ ସ୍ବରୂପ ଏହି କାର୍ଯ୍ୟକଳାପରେ ସମ୍ପୃକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ସୋସିଆଲ ମିଡିଆରେ ଏମାନଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.