ETV Bharat / international

'ଖୁବଶୀଘ୍ର ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବ ଆମେରିକା' - ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପର୍

ନଭେମ୍ବର ଶେଷ ସୁଦ୍ଧା ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ସଂଖ୍ୟା 5000ରୁ କମ୍ ରହିବ । ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପର୍ ରବିବାର ନିଶ୍ଚିତ କରିଛନ୍ତି ।

'ଖୁବ ଶୀଘ୍ର ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବ ଆମେରିକା'

author img

By

Published : Aug 9, 2020, 3:35 PM IST

ୱାଶିଂଟନ: ତାଲିବାନ ଏବଂ ଆମେରିକା ମଧ୍ୟରେ ଦୋହାରେ ହୋଇଥିବା ଶାନ୍ତିଚୁକ୍ତି ପାଳନ କରୁଛି ଆମେରିକା । ଏହି ଚୁକ୍ତି ଅନୁଯାୟୀ ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟବାହିନୀକୁ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତି କରୁଛି । ନଭେମ୍ବର ଶେଷ ସୁଦ୍ଧା ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ସଂଖ୍ୟା 5000ରୁ କମ୍ ରହିବ । ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପର୍ ରବିବାର ନିଶ୍ଚିତ କରିଛନ୍ତି ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ସୈନ୍ୟ ହ୍ରାସ ଯୋଜନା ବିଷୟରେ ପ୍ରକାଶ କରିଥିଲେ। ନଭେମ୍ବର ଆରମ୍ଭରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଆଫଗାନିସ୍ତାନରେ କେତେ ଆମେରିକୀୟ ସୈନ୍ୟ ରହିବେ ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ଟ୍ରମ୍ପ କହିଥିଲେ, ଏହା ସମ୍ଭବତ 4,000 ରୁ 5000 ମଧ୍ୟରେ ରହିବ ।

ବର୍ତ୍ତମାନ ଆଫଗାନିସ୍ତାନରେ ପାଖାପାଖି 8600 ଆମେରିକୀୟ ସୈନ୍ୟ ଅଛନ୍ତି। ଚୁକ୍ତିନାମା ଅନୁଯାୟୀ ଆମେରିକା 14 ମାସ ମଧ୍ୟରେ ଆଫଗାନିସ୍ତାନରୁ ନିଜ ସୈନ୍ୟବାହିନୀ ସଂଖ୍ୟା 8,600କୁ ହ୍ରାସ କରିବ। ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ ଛିନ୍ନ କରିବା ସହିତ ତାଲିବାନ ଏହି ଚୁକ୍ତିନାମାକୁ ଅନୁସରଣ କଲେ ମେ 2021 ସୁଦ୍ଧା ଆଫଗାନିସ୍ତାନରୁ ଆମେରିକାର ସାମରିକ ବାହିନୀକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଏହି ଚୁକ୍ତିରେ କୁହାଯାଇଛି।

ଆମେରିକା ଗତ 18 ବର୍ଷ ଧରି ଆଫଗାନିସ୍ତାନରେ ଏକ ଯୁଦ୍ଧ କରୁଛି । 11 ସେପ୍ଟେମ୍ବର 2001 ରେ ଆମେରିକାରେ ହୋଇଥିବା ଆକ୍ରମଣ ପରେ ଆମେରିକା ସେନା ଆଫଗାନିସ୍ତାନରେ ନିୟୋଜିତ ଅଛନ୍ତି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.