ETV Bharat / international

କୋରୋନା ମୁକାବିଲା; ଆମେରିକା ଜାରି କଲା ନୂଆ ଗାଇଡଲାଇନ

author img

By

Published : Apr 4, 2020, 11:33 AM IST

ବିଗିଡିବାରେ ଲାଗିଛି ଆମେରିକା ସ୍ଥିତି । ଗତ 24 ଘଣ୍ଚା ମଧ୍ୟରେ 14 ଶହରୁ ଉର୍ଦ୍ଧ୍ବ ଜୀବନ ନେଲାଣି କୋରୋନା । ସେପଟେ ପରିସ୍ଥିତିକୁ ଦେଖି ନୂଆ ଗାଇଡଲାଇନ ଜାରି କରିଛି ଆମେରିକା ।

କୋରୋନା ମୁକାବିଲା; ଆମେରିକା ଜାରି କଲା ନୂଆ ଗାଇଡଲାଇନ
କୋରୋନା ମୁକାବିଲା; ଆମେରିକା ଜାରି କଲା ନୂଆ ଗାଇଡଲାଇନ କୋରୋନା ମୁକାବିଲା; ଆମେରିକା ଜାରି କଲା ନୂଆ ଗାଇଡଲାଇନ

ୱାଶିଂଟନ: ପ୍ରତିଦିନ ଆମେରିକାରେ ରେକର୍ଡ ଭାଙ୍ଗୁଛି କୋରୋନା । ଅଢେଇ ଲକ୍ଷରୁ ଊର୍ଦ୍ଧ୍ବରୁ ଲୋକେ ସଂକ୍ରମିତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 6 ହଜାରରେ ପହଞ୍ଚିଛି । ସେପଟେ, ସ୍ଥିତି ଦିନକୁ ଦିନ ବିଗୁଡୁଥିବା ଦେଖି ନୂଆ ଗାଇଡଲାଇନ ଜାରି କରିଛି ଆମେରିକାରେ ।

କୋରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତ୍ୟେକ ନାଗରିକ ମୁହଁରେ ମାସ୍କ ବ୍ୟବହାର କରିବେ । ଏନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ କେନ୍ଦ୍ରଗୁଡିକ(CDC) ପକ୍ଷରୁ ସୂଚାଇ ଦେଇଛି । ପୂର୍ବରୁ କେବଳ ସଂକ୍ରମିତ ବ୍ୟକ୍ତି ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲା CDC । ବର୍ତ୍ତମାନର ପରିସ୍ଥିତି ହାତରୁ ଖସିବାରେ ଲାଗିଥିବାରୁ ଜ୍ବର ନଥିବା ବ୍ୟକ୍ତି ମାସ୍କ ପିନ୍ଧିବେ ।

CDCର ୱେବ ସାଇଟରେ କୁହାଯାଇଛି, ଆପଣ ଘରୋଇ ତିଆରି ମାସ୍କ ବ୍ୟବହାର କରିପାରିବେ । ଯାହାର ମୂଲ୍ୟ ସର୍ବନିମ୍ନ ରହିଥାଏ । ଏହା ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ନିଜକୁ ସୁରକ୍ଷା ଦେବ । ଏହା 6 ଫୁଟର ସାମାଜିକ ଦୂରତା ବଜାୟୀ ରଖିବାକୁ ମଧ୍ୟ ୱେବସାଇଟରେ କୁହାଯାଇଛି ।

ବର୍ତ୍ତମାନ ସର୍ଜିକାଲ୍ ଫେସ୍ ମାସ୍କ ଏବଂ N95 ମାସ୍କଗୁଡ଼ିକ ଗୁରୁତର ଅଭାବ ଦେଖା ଦେଇଛି | ପ୍ରତିରକ୍ଷା ଉପକରଣର ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ମଧ୍ୟ ଅଭାବ ଦେଖାଦେଇଛି । ଯଦି ନିଜର କାହାର ଯତ୍ନ ନେଉଥାନ୍ତି ଯିଏ କି ଜ୍ବରରେ ପୀଡିତ ଥିବେ ତେବେ ନିହାତ ମାସ୍କ ପିନ୍ଧିବେ । N95 ମାସ୍କକୁ କିଣନ୍ତୁ ନାହିଁ । କାରଣ ବର୍ତ୍ତମାନ ଏହି ମାସ୍କ ସ୍ବାସ୍ଥ୍ୟ କର୍ମୀଙ୍କ କ୍ଷେତ୍ରରେ ଗୁରୁତର ଭାବେ ଅଭାବ ଦେଖାଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.