ETV Bharat / international

ବର୍ଣ୍ଣ ବୈଷମ୍ୟ ନିଆଁରେ ଜଳୁଛି ସୁପରପାୱାର - ଆମେରିକାରେ ବିକ୍ଷୋଭ

1968 ମସିହାରେ ମାନବାଧିକାର ନେତା ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ହତ୍ୟା ପରେ ଅନେକ ସହରରେ ସେହି ସମ୍ବେଦନଶୀଳ କାରଣରୁ ହିଂସା ବ୍ୟାପିଥିଲା । ଏବେ ବି ସେହିଭଳି ପରିସ୍ଥିତି । 46 ବର୍ଷୀୟ ଜର୍ଜ ଫ୍ଲୟଡଙ୍କୁ ହତ୍ୟା କରାଯାଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ପୂର୍ବରୁ ତାଙ୍କୁ ଜଣେ ପୋଲିସକର୍ମୀ କିପରି ତାଙ୍କର ବେକରେ ଆଣ୍ଠୁ ମଡାଇ ହତ୍ୟା କରିଥିଲେ, ସେହି ଦୃଶ୍ୟ ସାରା ବିଶ୍ବ ଦେଖି ସାରିଥିଲା ।

protest in america, boiling superpower, racism protest in america, america latest news, ବର୍ଣ୍ଣ ବୈଷମ୍ୟ, ବିକ୍ଷୋଭ ନିଆଁରେ ଜଳୁଛି ଆମେରିକା, ଆମେରିକାରେ ବିକ୍ଷୋଭ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ବର୍ଣ୍ଣ ବୈଷମ୍ୟ ନିଆଁରେ ଜଳୁଛି ସୁପରପାୱାର
author img

By

Published : Jun 4, 2020, 10:39 PM IST

‘ଜଣେ କୃଷ୍ଣକାୟ ଲୋକ ଯଦି ପୋଲିସ ସହ ସଂଘର୍ଷ କରେ, ତାହା ହେଲେ ସେ ତାର ଜୀବନ, ନ ହେଲେ ସ୍ବାଧୀନତା ନିଶ୍ଚିତ ହରାଇବ’.. । 2016 ମସିହା ଜୁଲାଇରେ ଜଣେ ଆଫ୍ରିକୀୟ - ଆମେରିକୀୟ ଏଭଳି ଟ୍ବିଟ୍ କରିଥିଲେ ବା ସେତେବେଳେ ମିନୋସ୍ତା ଓ ଲୁଇସିଆନାରେ ପୋଲିସ ନିର୍ଯ୍ୟାତନାର ଶୀକାର ହୋଇଥିଲେ କୃଷ୍ଣକାୟ ଯୁବକ, ଯାହା କି ଆମେରିକାର ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ବର୍ଣ୍ଣ ବୈଷମ୍ୟକୁ ସୂଚାଉଥିଲା । ସେତେବେଳେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା କହିଥିଲେ ଯେ, ପୋଲିସ ନିର୍ଯ୍ୟାତନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି କୃଷ୍ଣକାୟ । ସେତେବେଳେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପ ପୀଡିତଙ୍କ ପରିବାର ପ୍ରତି ସହାନୁଭୂତି ପ୍ରକଟ କରିଥିଲେ । ଏବେ ସେହି ଏକାପ୍ରକାର ଅପରାଧ ବିରୋଧରେ ସାରା ଆମେରିକାରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା ବେଳେ, ତାହା ଦମନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ସେନା ମୁତୟନ ପାଇଁ ଧମକ ଦେଇଛନ୍ତି ।

1968 ମସିହାରେ ମାନବାଧିକାର ନେତା ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ହତ୍ୟା ପରେ ଅନେକ ସହରରେ ସେହି ସମ୍ବେଦନଶୀଳ କାରଣରୁ ହିଂସା ବ୍ୟାପିଥିଲା । ଏବେ ବି ସେହିଭଳି ପରିସ୍ଥିତି । 46 ବର୍ଷୀୟ ଜର୍ଜ ଫ୍ଲୟଡଙ୍କୁ ହତ୍ୟା କରାଯାଇଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ପୂର୍ବରୁ ତାଙ୍କୁ ଜଣେ ପୋଲିସକର୍ମୀ କିପରି ତାଙ୍କର ବେକରେ ଆଣ୍ଠୁ ମଡାଇ ହତ୍ୟା କରିଥିଲେ, ସେହି ଦୃଶ୍ୟ ସାରା ବିଶ୍ବ ଦେଖି ସାରିଥିଲା । 2014 ମସିହା ଜୁଲାଇରେ ଏରିକ୍ ଗାର୍ଣ୍ଣର ନାମକ ଜଣେ କୃଷ୍ଣକାୟଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଥିଲା । ତାଙ୍କର ଶ୍ବାସରୁଦ୍ଧ ହେଲା ଯାଏଁ ପୋଲିସ ତାଙ୍କୁ ନିର୍ଯ୍ୟାତନା ଦେଇଥିଲା । ସେ ଆଉ ନିଶ୍ବାସ ନେଇପାରୁନାହାନ୍ତି (ଆଇ କ୍ୟାନ ନଟ ବ୍ରିଥ୍‌) ବୋଲି କହି ଆଖି ବୁଜିଥିଲେ ଏରିକ୍‌ ବା ଜର୍ଜ ଫ୍ଲୟଡଙ୍କ ମଧ୍ୟ ଶେଷ କଥା ଥିଲା ‘ଆଇ କ୍ୟାନ ନଟ୍‌ ବ୍ରିଥ୍‌’ । ତେଣୁ ଏହି ଶବ୍ଦ ଏବେ କୃଷ୍ଣକାୟଙ୍କ ପାଇଁ ଏକ ସ୍ଲୋଗାନ ଓ ଯୁଦ୍ଧ ଡାକରାରେ ପରିଣତ ହୋଇଛି । ଫ୍ଲୟଡଙ୍କ ମୃତ୍ୟୁ ପ୍ରତିବାଦରେ କେବଳ ଆମେରିକାରେ ନୁହେଁ, ଲଣ୍ଡନ ଓ ବର୍ଲିନରେ ମଧ୍ୟ ହିଂସାକାଣ୍ଡ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ବର୍ଣ୍ଣ ବୈଷମ୍ୟ ଆଭିମୁଖ୍ୟ ସହ ବିକ୍ଷୋଭକାରୀଙ୍କୁ ଲୁଟେରା କହି ଗୁଳି କରିବାର ପରୋକ୍ଷ ଧମକ ପରିସ୍ଥିତିକୁ ବିଗାଡି ଦେଇଛି । ନିଆଁରେ ଘିଅ ଢାଳିବା ଭଳି ଟୀକାଟିପ୍ପଣୀ କରିଛନ୍ତି ଟ୍ରମ୍ପ । ସ୍ବାଧୀନତା ଘୋଷଣାପରଠାରୁ ଦୀର୍ଘ ଅଢେଇ ଶତାବ୍ଦୀ ଧରି ଯାଏଁ ଆମେରିକା ଦୃଢ ଭାବେ କହିଆସିଛି ଯେ, ସବୁ ମଣିଷ ସମାନ । କିନ୍ତୁ ଏହା କେବଳ କଥାରେ ହିଁ ରହିଆସିଛି । ଏପରିକି ନାଗରିକ ଅଧିକାର ଓ ବର୍ଣ୍ଣବୈଷମ୍ୟ ବିରୋଧରେ ସାରାଜୀବନ ଲଢିଥିବା ମାର୍ଟିନ ଲୁଥର କିଙ୍ଗ୍ ଜୁନିୟରଙ୍କ ସହିଦ ହେଲା ପରେ ବି ଆମେରିକାରେ କୃଷ୍ଣକାୟଙ୍କୁ ବାରମ୍ବାର ଦୁର୍ବ୍ୟବହାର କରାଯାଉଛି । ବାରମ୍ବାର ନିର୍ଯ୍ୟାତନାର ଶୀକାର ହେଉଛନ୍ତି ଦେଶର କୃଷ୍ଣକାୟ ସଂପ୍ରଦାୟ । 2009ରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ବାରାକ ଓବାମା ଯେତେବେଳେ ହ୍ବାଇଟ ହାଉସରେ ପାଦ ଥାପିଲେ,ସେତେବେଳେ କୃଷ୍ଣକାୟ ସଂପ୍ରଦାୟ ମଧ୍ୟରେ ନୂଆ ସଂଚାର ହୋଇଥିଲା । ଶ୍ବେତ ଶ୍ରେଷ୍ଠତା ବା ହ୍ବାଇଟ ସୁପ୍ରିମାସି ଆଧାରରେ ଗଢିଉଠିଥିବା ଆମେରିକୀୟ ସମାଜରେ ପରିବର୍ତନର ପ୍ରତିଶ୍ରୁତି ଦେଇଥିଲେ ଓବାମା । କିନ୍ତୁ ଓବାମାଙ୍କ ସମୟରେ ବି ସାମାଜିକ ଭେଦଭାବ ଦୂର ହୋଇପାରି ନ ଥିଲା ପୋଲିସ୍‌, ଶ୍ୱେତାଙ୍ଗ ଲୋକଙ୍କ ଅପେକ୍ଷା ଆଫ୍ରିକୀୟ ଆମେରିକୀୟଙ୍କ ଯାନବାହନକୁ ଅଧିକ ସମୟ ଅଟକାଇବା ସହ ତିନି ଗୁଣା ଅଧିକ ଯାଞ୍ଚ କରିବା ସମ୍ଭାବନା 30 ପ୍ରତିଶତ ଅଧିକ ବୋଲି ବାରାକ ଓବାମାଙ୍କ ମନ୍ତବ୍ୟକୁ ଆପତ୍ତିଜନକ କୁହାଯାଇପାରିବ ନାହିଁ ।

ଆମେରିକାରେ କୋରୋନା ମହାମାରୀ 1 ଲକ୍ଷ 7 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ତେବେ କୋରୋନାରେ କୃଷ୍ଣକାୟଙ୍କ ମୃତ୍ୟୁସଂଖ୍ୟା ଶ୍ବେତାଙ୍ଗ ଲୋକଙ୍କଠାରୁ ତିନି ଗୁଣା ଅଧିକ । କୃଷ୍ଣକାୟଙ୍କୁ ‘ଶେଷରେ ଆଣିବେ, ପ୍ରଥମେ ମାରିବେ’ ଭଳି ବ୍ୟବହାର କରି ଆମେରିକା ବର୍ଣ୍ଣ ର୍ବୈଷମ୍ୟର ଏକ ଜ୍ୱଳନ୍ତ ଉଦାହରଣ ଉପସ୍ଥାପନ କରିଛି । ଆମେରିକାର 40 ମିଲିୟନ ଜନସଂଖ୍ୟାର 13 ଦଶମିକ 4 ପ୍ରତିଶତ ହେଉଛନ୍ତି କୃଷ୍ଣକାୟ । ମାନ୍ଦା ଅର୍ଥନୀତି, ବେରୋଜଗାରୀ ଓ କୋରୋନା ମହାମାରୀର ସାମନା କରୁଛନ୍ତି କୃଷ୍ଣକାୟ ଲୋକେ । ସେମାନେ ଏ ନେଇ କୌଣସି ହଟଚମଟ କରିନାହାନ୍ତି । ମାର୍ଟିନ ଲୁଥର

କିଙ୍ଗ ଜୁନିଅରଙ୍କ ଭାଷାରେ ‘ଦଙ୍ଗା ହେଉଛି ଉପେକ୍ଷିତ ଲୋକଙ୍କ ଭାଷା’ । ଆଉ ଆଜି ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ଆଜି ଆମେରିକା ହିଂସାର ନିଆଁରେ ଜଳୁଛି । ଟ୍ରମ୍ପଙ୍କ ଉସୁକାଇବା ଭଳି ମନ୍ତବ୍ୟ ବି ଏହାକୁ ଇନ୍ଧନ ଯୋଗାଇଛି । ବର୍ଣ୍ଣ ବୈଷମ୍ୟ ଓ ଘୃଣାକୁ ପ୍ରସଙ୍ଗ କରି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଟ୍ରମ୍ପଙ୍କ କୌଶଳ ସମସ୍ତଙ୍କୁ ସ୍ତବ୍ଧ କରିଛି । ଗତଥର ଭଳି ଏଥର ମଧ୍ୟ ନିମ୍ନ ଓ ମଧ୍ୟବିତ ଶ୍ବେତାଙ୍ଗମାନେ ତାଙ୍କୁ ବିଜୟୀ କରାଇବେ ବୋଲି ଟ୍ରମ୍ପଙ୍କ ଆଶା । ବିରୋଧୀ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀତ୍ବ ହାସଲ ପାଇଁ ଆଶାୟୀ ଜୋ ବିଡେନ୍ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି ସେ କ୍ଷମତାକୁ ଆସନ୍ତି, ତାହାହେଲେ ପ୍ରଥମ 100 ଦିନ ମଧ୍ୟରେ ସେ ସଂସ୍ଥାଗତ ରଙ୍ଗଭେଦ ସମସ୍ୟାର ସମାଧାନ ପାଇଁ କାମ କରିବେ ।

ତେବେ, ବଡ କଥା ହେଉଛି ଯଦି ବଣ୍ଣ ର୍ବୌଷମ୍ୟ ରାଜନୈତିକ କଂଚାମାଲରେ ପରିଣତ ହୁଏ,ତାହା ହେଲେ ଆମେରିକା କେବେ ଏହା କବଳରୁ ଉଦ୍ଧାର ପାଇବ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.