ETV Bharat / international

ଆମେରିକା ଆକାଶରୁ ଖସୁଛି ନିଆଁ, ଗଲାଣି 200 ଜୀବନ - ଆମେରିକା ହିଟୱେଭ

ସମଗ୍ର ବିଶ୍ବ ଏବେ କୋରୋନାରେ କଲବଲ ହେଉଥିବା ସମୟରେ ବଢିଚାଲିଛି ଆମେରିକାର ପାରଦ । ପ୍ରବଳ ତାତି ଯୋଗୁଁ 200ରୁ ଊର୍ଦ୍ଧ୍ବ ଲୋକଙ୍କର ପ୍ରାଣ ଯାଇସାରିଲାଣି । ଅଧିକ ପଢନ୍ତୁ...

ଆମେରିକା ଆକାଶରୁ ଖସୁଛି ନିଆଁ, ଗଲାଣି 200 ଜୀବନ

author img

By

Published : Jun 30, 2021, 8:54 PM IST

ୱାଶିଂଟନ: ଆମେରିକାରେ ହେଉଛି ଅଗ୍ନିବର୍ଷା । ସମଗ୍ର ବିଶ୍ବ ଏବେ କୋରୋନାରେ କଲବଲ ହେଉଥିବା ସମୟରେ ବଢିଚାଲିଛି ଆମେରିକାର ପାରଦ । ରେକର୍ଡ ଭାଙ୍ଗିଛି ତାତି । କାନାଡାରେ ମଧ୍ୟ ଖରା ତାତି ସହ ଝାଞ୍ଜି ପବନର କଷ୍ଟ ହୋଇପଡିଛି ଅସହ୍ୟ ।

କାନାଡାରେ ସର୍ବାଧିକ ତାପମାତ୍ରା ରହିଛି ୪୯.୫ ଡିଗ୍ରୀ ସେଲସିୟସ । ଏହି ତାପମାତ୍ରା ଗତ ସବୁ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ପ୍ରବଳ ତାତି ଯୋଗୁଁ 200ରୁ ଊର୍ଦ୍ଧ୍ବ ଲୋକଙ୍କର ପ୍ରାଣ ଯାଇସାରିଲାଣି ।

ଉତ୍ତାପର ପ୍ରଭାବ କାନାଡାର ଭ୍ୟାଙ୍କୁଭରରେ ଅଧିକ ଦେଖାଯାଉଛି | ଭ୍ୟାଙ୍କୁଭର ନଗର ପୋଲିସ ବିଭାଗ ଏବଂ ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସର ଆକଳନ ଅନୁଯାୟୀ ଏଠାରେ 134 ଜଣଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର କାନାଡାର ସର୍ବାଧିକ ତାପମାତ୍ରା ଥିଲା ।

ଉଚ୍ଚଚାପ କ୍ଷେତ୍ର ଭଳି ହିଟ୍‌ ଡୋମରେ ବାୟୁ ସଙ୍କୁଚିତ ହୁଏ | ଏହି ସଙ୍କୋଚନ ସ୍ଥଳଭାଗର ବାୟୁରେ ହୋଇଥାଏ | ସଙ୍କୋଚନ ମାଧ୍ୟମରେ ବାୟୁ ସ୍ତମ୍ଭ ଗରମ ହୁଏ | ପବନ ପାହାଡ ତଳକୁ ବହିଥାଏ । ତଳଆଡକୁ ପ୍ରବାହ ବାୟୁକୁ ଅଧିକ ଗରମ କରିଥାଏ । ଏହାକୁ ହିଟ୍‌ ୱେଭ କୁହାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.