ୱାଶିଂଟନ: ଆମେରିକାରେ ଲାଗାଯାଇଥିବା ନ୍ୟାସନାଲ ଏମର୍ଜେନ୍ସି ଉପରେ ଲାଗିପାରେ ଭିଟୋ । ମେକ୍ସିକୋ ସୀମାର ପାଚେରୀ ନିର୍ମାଣ ଘୋଷଣାକୁ ଯଦି କଂଗ୍ରେସ ଖାରଜ କଲେ ତେବେ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଭିଟୋ କ୍ଷମତା ବ୍ୟବହାର କରିପାରନ୍ତି । ଗଣମାଧ୍ୟମକୁ ସୋମବାର ଏହି ସୂଚନା ଦେଇଛନ୍ତି ଟ୍ରମ୍ପଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ।
ସୂଚନାଯୋଗ୍ୟ, ଟ୍ରମ୍ପ ଗତ ଶୁକ୍ରବାର ଆମେରିକାରରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରିଛନ୍ତି । ଦେଶର ସୁରକ୍ଷା ପାଇଁ ଆମେରିକା ଓ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଡେମୋକ୍ରାଟିକ୍ସ ତଥା ଅଧିକାର ସଂଗଠନ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଦାବି କରିଛନ୍ତି ।