ETV Bharat / international

ଭାକ୍ୟୁମ କ୍ଲିନର ଫିଲ୍ଟର ଯୁକ୍ତ ମାସ୍କ ମ୍ୟାଟେରିଆଲ ଅନ୍ୟଙ୍କ ତୁଳନାରେ ଅଧିକ ସୁରକ୍ଷିତ - କୋରୋନା ସଂକ୍ରମଣ

କୋରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିବା ବେଳେ ବଜାରରେ ବଢିଛି ମାସ୍କର ଚାହିଦା । ବର୍ତ୍ତମାନ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରତି ମାସ୍କର ମ୍ୟାଟେରିଆଲ ଏହାର ସୁରକ୍ଷା ମାନକୁ ସୂଚାଇଥାଏ ।

vacuum cleaner filter mask, mask, corona infection, mask to help from contamination, ଭାକ୍ୟୁମ କ୍ଲିନର ଫିଲ୍ଟରଯୁକ୍ତ ମାସ୍କ, ମାସ୍କ, କୋରୋନା ସଂକ୍ରମଣ, କୋରୋନା ସଂକ୍ରମଣରୁ ରକ୍ଷା ଦେବ ମାସ୍କ
ଭାକ୍ୟୁମ କ୍ଲିନର ଫିଲ୍ଟର ଯୁକ୍ତ ମାସ୍କ ମ୍ୟାଟେରିଆଲ ଅନ୍ୟଙ୍କ ତୁଳନାରେ ଅଧିକ ସୁରକ୍ଷିତ
author img

By

Published : Jul 12, 2020, 12:24 AM IST

ଆରିଜୋନା: କୋରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିବା ବେଳେ ବଜାରରେ ବଢିଛି ମାସ୍କର ଚାହିଦା । ବର୍ତ୍ତମାନ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରତି ମାସ୍କର ମ୍ୟାଟେରିଆଲ ଏହାର ସୁରକ୍ଷା ମାନକୁ ସୂଚାଇଥାଏ । ଏନେଇ ୟୁନିଭର୍ସିଟି ଅଫ ଆରିଜୋନାର ଗବେଷକ ଦଳ ମାସ୍କ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ମ୍ୟାଟେରିଆଲର ସୁରକ୍ଷା ନେଇ ଯାଞ୍ଚ କରିଥିଲେ ।

ଏହି ଗବେଷଣା ପାଇଁ ବିଭିନ୍ନ ଅଧ୍ୟୟନର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ରିପୋର୍ଟ ମୁତାବକ ଗବେଷକମାନେ ପ୍ରଥମେ ମାସ୍କ ସହ ଭୂତାଣୁ ସଂସ୍ପର୍ଶରେ 20 ମିନିଟ ଓ ବିନା ମାସ୍କରେ ଭୂତାଣୁ ସଂସ୍ପର୍ଶରେ 30 ସେକେଣ୍ଡ ସମୟକୁ ତୁଳନା କରିଥିଲେ । ଏଥିରୁ ଜଣା ପଡିଥିଲା କି ମାସ୍କ ପିନ୍ଧିବା ଦ୍ବାରା ସଂକ୍ରମଣର ଡର 24ରୁ 94 ପ୍ରତିଶତ ବା 44ରୁ 99 ପ୍ରତିଶତ କମ ରହିଥାଏ । ତେବେ ଏହି ସୁରକ୍ଷା ମାତ୍ରା ମାସ୍କରେ ବ୍ୟବହୃତ ମ୍ୟାଟେରିଆଲର ଗୁଣ ଉପରେ ନିର୍ଭର କରେ ।

ଏହା ମଧ୍ୟ କୁହାଯାଇଛି କି ଭୂତାଣୁ ପ୍ରତି ସଂସ୍ପର୍ଶର ସମୟ ଯେତିକି ବଢିବ ଏଥିରୁ ରକ୍ଷାର ମାତ୍ରା ମଧ୍ୟ ସେତିକି କମିବ । ସେପଟେ ସଂକ୍ରମଣରୁ ବଞ୍ଚିବାକୁ ହେଲେ ଏନ95 ମାସ୍କ ଅପେକ୍ଷା ଏନ99 ମାସ୍କ ଅଧିକ ଉପାଦେୟ ବୋଲି ସ୍ପଷ୍ଟ ହୋଇଛି । ଏଥିସହ ଯେଉଁ ମାସ୍କରେ ଭାକ୍ୟୁମ କ୍ଲିନର ପରି ଫିଲ୍ଟର ରହିଛି ସେହି ମାସ୍କଗୁଡିକ ମଧ୍ୟ ଅଧିକ ଉପାଦେୟ ବୋଲି ଜଣା ପଡିଛି । ଏନେଇ ପରିଚାଳିତ ହୋଇଥିବା ଅଧ୍ୟୟନରୁ ଜଣା ପଡିଛି କି ଭାକ୍ୟୁମ କ୍ଲିନର ଫିଲ୍ଟର ଦ୍ବାରା 30 ସେକେଣ୍ଡ ଏକ୍ସପୋଜରରେ ସଂକ୍ରମଣର ମାତ୍ରା 83 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରୁଥିବା ବେଳେ 20 ମିନିଟ ଏକ୍ସପୋଜରରେ ଏହା 58 ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣ ମାତ୍ରା ହ୍ରାସ କରିପାରିବ ।

ଏହା ବ୍ୟତୀତ ଘରୋଇ ଉପଚାର ଭାବେ ଟି ଟାୱେଲ, କଟନ-ବ୍ଲେଣ୍ଡ ଫାବ୍ରିକ ଓ ଆଣ୍ଟିମାଇକ୍ରୋବିଆଲ ତକିଆ ଖୋଳ ଆଦି ମଧ୍ୟ ସଂକ୍ରମଣ ରୋକିବାରେ ଉତ୍ତମ ଭୂମିକା ବହନ କରିପାରିବେ । ଅନ୍ୟପଟେ ସ୍କାର୍ଫ ଓ କଟନ ଟିସାର୍ଟ ଏହି କ୍ଷେତ୍ରରେ ଅଧିକ ଉପାଦେୟ ନୁହେଁ । ଏହା ସଂକ୍ରମଣର ମାତ୍ରା 44ରୁ 24 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.