ETV Bharat / international

ଆମେରିକା ସ୍ଥିତ ପାକ୍‌ ଦୂତାବାସ ବାହାରେ ପ୍ରଦର୍ଶନ

ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହିତ କାର୍ଯ୍ୟକଳାପକୁ ବିରୋଧ କରି ଆମେରିକା ରାଜଧାନୀ ୱାଶିଂଟନ ସ୍ଥିତ ପାକିସ୍ତାନୀ ଦୂତାବାସ ବାହାରେ ପ୍ରଦର୍ଶନ କରିଛନ୍ତି ଲୋକେ ।

protest
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 9, 2019, 8:59 AM IST

ୱାଶିଂଟନ: ଆମେରିକାରେ ଶୁଭିଲା ପାକିସ୍ତାନ ବିରୋଧୀ ନାରା । ପାକିସ୍ତାନର ଆତଙ୍କବାଦ ପ୍ରତ୍ସାହିତ କାର୍ଯ୍ୟକଳାପକୁ ବିରୋଧ କରି ଆମେରିକା ରାଜଧାନୀ ୱାଶିଂଟନ ସ୍ଥିତ ପାକିସ୍ତାନୀ ଦୂତାବାସ ବାହାରେ ପ୍ରଦର୍ଶନ କରିଛନ୍ତି ଲୋକେ । ଏହି ସମୟରେ ପାକିସ୍ତାନ ବିରୋଧରେ ଖୁବ ନାରା ମଧ୍ୟ ଲଗାଇଛନ୍ତି ସେମାନେ । ଏହା ସହିତ 26/11 ମୁମ୍ବାଇ ଆକ୍ରମଣର ଦୋଷୀଙ୍କୁ ଦଣ୍ଡ ଦେଇ ନ୍ୟାୟ ପାଇଁ ମଧ୍ୟ ଦାବି କରିଛନ୍ତି ।

ପ୍ରଦର୍ଶନକାରୀ ପ୍ରଦର୍ଶନ ବେଳେ ବିଭିନ୍ନ ପ୍ରକାର ପାକିସ୍ତାନ ବିରୋଧୀ ହୋଡିଂ ଏବଂ ବ୍ୟାନର ଦେଖାଇଥିଲେ । ଯେଉଁଥିରେ ଲେଖାଥିଲା, ଗତ 20 ବର୍ଷରେ ଆମେରିକାରେ ହୋଇଥିବା ସମସ୍ତ ଆତଙ୍କବାଦ ଆକ୍ରମଣ ମଧ୍ୟରୁ ପ୍ରାୟ 90 ପ୍ରତିଶତ ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ।

ବର୍ଜିନିଆର ଦୁଇ କଂଗ୍ରେସ ପ୍ରାର୍ଥୀ ଏବଂ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆମେରିକା କାର୍ଯ୍ୟକର୍ତ୍ତା ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଥିଲେ । ସେମାନେ ପାକିସ୍ତାନକୁ ଆତଙ୍କବାଦର ଗଡ ବୋଲି କହିଛନ୍ତି । ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ସମୂହ ଦ୍ବାରା ପାକ୍‌କୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଉଥିଲେ ମଧ୍ୟ ପାକିସ୍ତାନ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.