ETV Bharat / international

ଶତାୟୁ ଛୁଇଁବା ପୂର୍ବରୁ ଚାଲିଗଲେ ବ୍ରିଟେନ ମହାରାଣୀଙ୍କ ସ୍ବାମୀ - ବ୍ରିଟେନ ମହାରାଣୀ ସ୍ବାମୀ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ଫିଲିପ ପ୍ରିନ୍ସଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଫିଲିପଙ୍କୁ 99 ବର୍ଷ ହୋଇଥିଲା । ଅଧିକ ପଢନ୍ତୁ...

ଶତାୟୁ ଛୁଇଁବା ପୂର୍ବରୁ ଚାଲିଗଲେ ବ୍ରିଟେନ ମହାରାଣୀଙ୍କ ସ୍ବାମୀ

author img

By

Published : Apr 9, 2021, 5:07 PM IST

Updated : Apr 9, 2021, 5:52 PM IST

ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀଙ୍କ ପରଲୋକ । ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ଫିଲିପ ପ୍ରିନ୍ସଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଫିଲିପଙ୍କୁ 99 ବର୍ଷ ହୋଇଥିଲା । ଫିଲିପଙ୍କ ଦେହାନ୍ତ ନେଇ ରୟାଲ ଫ୍ୟାମିଲି ପକ୍ଷରୁ ଦିଆଯାଇଛି ସୂଚନା ।

ଗତ 4 ସପ୍ତାହରୁ ମହାରାଣୀ ଏଲଜିବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲପଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ତେବେ 16 ମାର୍ଚ୍ଚରେ ଡିସଚାର୍ଜ ହୋଇଥିଲେ ଫିଲିପ । ୱିଣ୍ଡସର କ୍ୟାସଲରେ ଆଖିବୁଜିଛନ୍ତି ପ୍ରିନ୍ସ ।

ଡ୍ୟୁକ ଅଫ ଏଡିନବର୍ଗ ସମ୍ମାନରେ ସମ୍ମାନିତ ପ୍ରିନ୍ସ ଫିଲିପ ସାର୍ବଜନିନ ସମାରୋହରେ କମ ନଜର ଆସନ୍ତି । 1947ରେ ପ୍ରିନ୍ସଙ୍କ ସହିତ ମହାରାଣୀ ଏଲିଜାବେଥଙ୍କର ହୋଇଥିଲା ବିବାହ । ତେବେ ଉଭୟଙ୍କ ବିବାହକୁ 73 ବର୍ଷ ବିତି ସାରିଛି ।

1921 କର୍ଫ୍ୟୁ ଟାପୁରେ ହୋଇଥିଲା ପ୍ରିନ୍ସ ଫିଲିପଙ୍କ ଜନ୍ମ । ତାଙ୍କ ବାପା ଏଣ୍ଡ୍ୟୁ ଡେନମାର୍କ ଓ ଗ୍ରିସର ପ୍ରିନ୍ସ ଥିଲେ । ସେ ହେଲେନିସ ରାଜା ଜର୍ଜଙ୍କ ସାନ ପୁଅ । ପ୍ରିନ୍ସ ଫିଲିପଙ୍କ ମା' ମହାରାଣୀ ଭିକ୍ଟୋରିଆଙ୍କ ପଣନାତୁଣୀ ତଥା ପ୍ରିନ୍ସେସ ଲର୍ଡ ଲୁଇସ ମାଉଣ୍ଟବେଟେନଙ୍କ ଝିଅ ଥିଲେ ।

Last Updated : Apr 9, 2021, 5:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.