ETV Bharat / international

ଚୀନ ସହ ସୀମା ବିବାଦ ନେଇ ମୋଦିଙ୍କ ମୁଡ୍ ଭଲ ନାହିଁ: ଟ୍ରମ୍ପ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଚୀନ ସହ ଭାରତର ସୀମା ବିବାଦରେ ମଧ୍ୟସ୍ଥତା ପ୍ରସଙ୍ଗକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି । କିନ୍ତୁ ଚୀନ୍ ସହ ବିବାଦ କାରଣରୁ ସେ ଭଲ ମୁଡରେ ନାହାନ୍ତି ।

_trump
ଚୀନ ସହ ସୀମା ବିବାଦ ନେଇ ମୋଦୀଙ୍କ ମୁଡ୍ ଭଲ ନାହିଁ
author img

By

Published : May 29, 2020, 11:06 AM IST

ୱାଂଶିଟନ: ଚୀନ ସହ ଭାରତର ସୀମା ବିବାଦରେ ମଧ୍ୟସ୍ଥତା ପ୍ରସଙ୍ଗକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି । କିନ୍ତୁ ଚୀନ୍ ସହ ବିବାଦ କାରଣରୁ ସେ ଭଲ ମୁଡ୍ ରେ ନାହାନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, 1.4 ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦୁଇଟି ବଡ ଦେଶ ଯାହାର ସାମରିକ ଶକ୍ତି ବହୁତ ଶକ୍ତିଶାଳୀ। ସେମାନଙ୍କ ମଧ୍ୟରେ ବଡ ସଂଘର୍ଷ ଚାଲିଛି । ଭାରତ ଖୁସିରେ ନାହିଁ ବୋଧହୁଏ ଚୀନ ମଧ୍ୟ ଖୁସି ନାହିଁ ।

ଗତ ଗୁରୁବାର ହ୍ବାଇଟ ହାଉସର ଓବଲ ଅଫିସରେ ସାମ୍ବାଦିକଙ୍କ ସହ କଥାହୋଇ ଟ୍ରମ୍ପ କହିଛନ୍ତି ଯେ, ଭାରଚ ଏବଂ ଚୀନ ମଧ୍ୟରେ ଏହି ବିବାଦ ବଢି ବଢି ଯାଉଛି । ଏଥିସହ ସେ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ମୁଁ ତୁମ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ। ସେ ବହୁତ ଭଦ୍ର ବ୍ୟକ୍ତି ଅଟନ୍ତି ।

ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦରେ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଭାରତ ପ୍ରତିକ୍ରିୟା ରଖିଛି। ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି ଯେ ଏହି ବିବାଦରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ। ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଆମେ ଚୀନ ସହିତ ଯୋଗାଯୋଗରେ ଅଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.