ETV Bharat / international

ଟ୍ରମ୍ପଙ୍କ ପଶ୍ଚିମ ଏସିଆ ଶାନ୍ତି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଇସ୍ରାଏଲ ପହଞ୍ଚିଲେ ପମ୍ପିଓ

author img

By

Published : Aug 24, 2020, 8:26 PM IST

ପୋମ୍ପିଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଜେରୁଜେଲମରେ ଥିବା ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ନିକଟରେ ଘୋଷିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶାନ୍ତିଚୁକ୍ତିରେ ଆମେରିକା ମଧ୍ୟସ୍ଥତା କରିଥିଲା ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ
ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ

ଜେରୁଜେଲମ: ଆରବ-ଇସ୍ରାଏଲ ଶାନ୍ତିଚୁକ୍ତି ସମ୍ବନ୍ଧୀୟ ଟ୍ରମ୍ପ ପ୍ରଶାସନର ପ୍ରସ୍ତାବକୁ ଆଗକୁ ବଢାଇବା ପାଇଁ ସୋମବାର ଇସ୍ରାଏଲ ଗସ୍ତ କରିଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ । ପୋମ୍ପିଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଜେରୁଜେଲମରେ ଥିବା ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଉଭୟ ନେତା ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ନିକଟରେ ଘୋଷିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶାନ୍ତିଚୁକ୍ତି ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ଆମେରିକା ଏହି ଚୁକ୍ତିରେ ମଧ୍ୟସ୍ଥତା କରିଛି। ଉଭୟ ଇରାନ ଏବଂ ଚୀନ ମଧ୍ୟ ଏହା ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯାଉଛି। ଏହି ମାସ ଆରମ୍ଭରେ ଆମେରିକା, ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ସଂପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ହୋଇଥିବା ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲା। ଯାହାର ମଧ୍ୟସ୍ଥତା ରାଷ୍ଟ୍ରପତି ଟ୍ରମ୍ପ କରିଥିଲେ । ତେବେ ପମ୍ପିଓ ତାଙ୍କ ଗସ୍ତ ସମୟରେ ନେତାନ୍ୟାହୁଙ୍କ ସହଯୋଗୀ ତଥା ସରକାରରେ ଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି।

ଆମେରିକାର ବୈଦେଶିକ ସଚିବ ପମ୍ପିଓ ଇସ୍ରାଏଲ ପରେ ସୁଦାନ, ୟୁଏଇ ଏବଂ ବହରିନ ଗସ୍ତ କରିବେ। ତେବେ ପୋମ୍ପିଓଙ୍କ ଆଗମନ ପୂର୍ବରୁ ଇସ୍ରାଏଲ ସୈନ୍ୟ ସୋମବାର ସକାଳେ ଗାଜାରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.