ETV Bharat / international

ଚୀନକୁ ଆଉ ଏକ ଝଟକା, ଅଧିକାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଲା ଆମେରିକା

author img

By

Published : Jul 8, 2020, 2:59 PM IST

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ରେସିପ୍ରୋକାଲ୍ ଆକ୍ସେସ୍ ଟୁ ତିବ୍ଦତ ଅଧିନିୟମ, 2018 ଅନୁଯାୟୀ କିଛି ଚୀନ ଅଧିକାରୀଙ୍କ ତିବ୍ଦତ ଗସ୍ତ ଉପରେ ଭିସା ପ୍ରତିବନ୍ଧକ ଘୋଷଣା କରିଛନ୍ତି ।

ଆମେରିକା
ଆମେରିକା

ୱାଶିଂଟନ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଡ୍ରାଗନ ଚୀନକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଚୀନ ବିରୋଧରେ ଆଉ ଏକ ଶକ୍ତ ପଦକ୍ଷେପ ନେଇ ଆମେରିକା । ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ରେସିପ୍ରୋକାଲ୍ ଆକ୍ସେସ୍ ଟୁ ତିବ୍ଦତ ଅଧିନିୟମ, 2018 ଅନୁଯାୟୀ କିଛି ଚୀନ ଅଧିକାରୀଙ୍କ ତିବ୍ଦତ ଗସ୍ତ ଉପରେ ଭିସା ପ୍ରତିବନ୍ଧକ ଘୋଷଣା କରିଛନ୍ତି ।

ଏନେଇ ସେ ଟ୍ବିଟ କରି କହିଛନ୍ତି, PRC ସରକାର ଏବଂ ଚୀନର କମ୍ୟୁନିଷ୍ଟ ପାର୍ଟିର ଅଧିକାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଘୋଷଣା କରୁଛି । ଏହା ତିବ୍ଦତ ଅଞ୍ଚଳକୁ ବିଦେଶୀମାନଙ୍କ ପ୍ରବେଶ ସହ ଜଡିତ ନୀତି ପ୍ରଣୟନ କିମ୍ବା କାର୍ଯ୍ୟକାରୀ କରିପାରିବ । ପମ୍ପିଓ କହିଛନ୍ତି, PRC ର ମାନବ ଅଧିକାରର ଉଲ୍ଲଂଘନ ତଥା ଏସିଆର ପ୍ରମୁଖ ନଦୀର ଜଳସ୍ତର ନିକଟରେ ବେଜିଂର ପରିବେଶ ଅବନତିକୁ ରୋକିବାରେ ବିଫଳ ହେବା ଯୋଗୁଁ ଆଞ୍ଚଳିକ ସ୍ଥିରତା ପାଇଁ ତିବ୍ଦତୀୟ ଅଞ୍ଚଳକୁ ପ୍ରବେଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ବିଦେଶରେ ତିବ୍ଦତୀୟ ସମ୍ପ୍ରଦାୟର ନିରନ୍ତର ଅର୍ଥନୈତିକ ବିକାଶ, ପରିବେଶ ସଂରକ୍ଷଣ ଏବଂ ମାନବିକ ସ୍ଥିତିକୁ ଆଗକୁ ବଢାଇବା ପାଇଁ ଆମେରିକା କାର୍ଯ୍ୟ ଜାରି ରଖିବ ବୋଲି ପମ୍ପିଓ କହିଛନ୍ତି ।

ଏହା ବ୍ୟତୀତ ଆମେରିକା ତିବ୍ଦତୀୟମାନଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅନନ୍ୟ ଧାର୍ମିକ, ସାଂସ୍କୃତିକ ଏବଂ ଭାଷା ପରିଚୟର ସଂରକ୍ଷଣ ପାଇଁ ପ୍ରତିବଦ୍ଧ ରହିଛି ବୋଲି ପମ୍ପିଓ କହିଛନ୍ତି ।

କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ ସଭାପତି ଲୋବସଙ୍ଗ ସାଙ୍ଗେ ତିବ୍ଦତ ଅଧିନିୟମ ଅନୁଯାୟୀ ଚୀନ ଅଧିକାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଥିବାରୁ ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.