ETV Bharat / international

ବିଡେନଙ୍କ କୁକୁର ରଚିବ ଇତିହାସ, ନୂଆ ବନ୍ଧୁକୁ ସ୍ବାଗତ କରିବ ହ୍ବାଇଟହାଉସ

author img

By

Published : Jan 19, 2021, 9:56 PM IST

ବୁଧବାର ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଡେନ । ତେବେ ବିଡେନଙ୍କ ସହ ହ୍ବାଇଟହାଉସ ଆସିବ ତାଙ୍କ କୁକୁର ମେଜର । ଅଧିକ ପଢନ୍ତୁ...

ବିଡେନଙ୍କ କୁକୁର ରଚିବ ଇତିହାସ, ନୂଆ ବନ୍ଧୁକୁ ସ୍ବାଗତ କରିବ ହ୍ବାଇଟହାଉସ
ବିଡେନଙ୍କ କୁକୁର ରଚିବ ଇତିହାସ, ନୂଆ ବନ୍ଧୁକୁ ସ୍ବାଗତ କରିବ ହ୍ବାଇଟହାଉସ

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ସର୍ବାଧିକ ଭୋଟ ହାସଲ କରି ରଚିଥିଲେ ଇତିହାସ । ତେବେ ବୁଧବାର ଆମେରିକାର ନୂଆ ରାଷ୍ଟ୍ରପି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଡେନ । ସବୁଠୁ ରୋଚକ କଥା ହେଉଛି ଯେ କେବଳ ବିଡେନ ନୁହେଁ, ତାଙ୍କ ଜର୍ମାନ ସେଫର୍ଡ ମେଜର ମଧ୍ୟ ଇତିହାସ ରଚି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବିଡେନଙ୍କ ପାଖରେ ଦୁଇଟି ପୋଷା କୁକୁର ଅଛନ୍ତି । ଯାହା ମଧ୍ୟରୁ ଜଣେ ମେଜର ହ୍ବାଇଟହାଉସ ପହଞ୍ଚିବାକୁ ଥିବା ପ୍ରଥମ ରେସ୍କ୍ୟୁ କୁକୁର ହେବ । ଏହି କୁକୁର ସହ ଖେଳି ବିଡେନଙ୍କ ଗୋଡରେ ଲାଗିଥିଲା ଆଘାତ ।

ମେଜରକୁ 2018ରେ ଡେଲୱେୟର ହ୍ୟୁମାନ ଆସୋସିଏସନରୁ ଅଣାଯାଇଥିଲା । ବିଡେନ ସେତେବେଳେ କହିଥିଲେ, ଆମେ ମେଜରକୁ ପରିବାରରେ ସାମିଲ କରି ବେଶ ଖୁସି ଅଛୁ । ତେବେ ମେଜର ଓ ଅନ୍ୟ ଅଗଣିତ ପଶୁଙ୍କୁ ଖୋଜିବା ପାଇଁ ଡେଲୱେୟର ହ୍ୟୁମାନ ଆସୋସିଏସନ ପ୍ରତି ଆଭାର ବ୍ୟକ୍ତ କରିଥିଲେ ବିଡେନ ।

ଏହାର 10 ବର୍ଷ ପୂର୍ବେ 2008ରେ ତାଙ୍କ ସ୍ତ୍ରୀ ଉପହାରରେ ଜୋ ବିଡେନଙ୍କୁ ଚ୍ୟାମ୍ପ ଦେଇଥିଲେ । ଯେତେବେଳେ ବାରାକ ଓବାମା ସରକାରରେ ଜୋ ବିଡେନ ଉପରାଷ୍ଟ୍ରପତି ହେଲେ ସେତେବେଳେ ଚ୍ୟାମ୍ପ ତାଙ୍କ ସହିତ ରହିଥିଲା । ନିଜ କୁକୁର ପ୍ରତି ବିଡେନଙ୍କ ସ୍ନେହ ସର୍ବାଗ୍ରେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଏହି କୁକୁରଙ୍କ ଫଟୋ ସେୟାର କରନ୍ତି । ଏପରି କି ଦୁଇ କୁକୁରଙ୍କ ନିଜର ଆକାଉଣ୍ଟ ମଧ୍ୟ ରହିଛି । ଯେଉଁଥିରେ ରେକର୍ଡଭଙ୍ଗ ଭୋଟ ମିଳିବା ପରେ ବିଡେନଙ୍କୁ ଶୁଭେଚ୍ଛା ଜଣାଯାଇଥିଲା ।

କେବଳ ଚ୍ୟାମ୍ପ ଓ ମେଜର ନୁହେଁ, ଖୁବ ଶିଘ୍ର ହ୍ବାଇଟହାଉସରେ ଗୋଟିଏ ବିଲେଇ ମଧ୍ୟ ରହିବାକୁ ଯାଉଛି । ଏହା ପୂର୍ବରୁ ହ୍ବାଇଟ ହାଉସରେ ହିଲାରୀ କ୍ଲିଣ୍ଟନଙ୍କ ସହ ରହୁଥିବା ବିଲେଇ ବେସ ଚର୍ଚ୍ଚା ସାଉଁଟିଥିଲା । ସେ 1993ରୁ 2001 ପର୍ଯ୍ୟନ୍ତ ହ୍ବାଇଟ ହାଉସରେ ଜୀବନ ବିତାଇଥିଲା । ତାଙ୍କ ପରେ ଜଜ୍ରବୁସ ମଧ୍ୟ ନିଜ ସହ ବିଲେଇ ଆଣିଥିଲେ, ଜାହାର ନାଁ ଥିଲା ଇଣ୍ଡିୟା । ସେହିପରି ବାରାକ ଓବାମାଙ୍କ ସହିତ ଦୁଇ କୁକୁର ବୋ ଓ ସନୀ ଆସିଥିଲେ । 1949ରେ ଜେମ୍ସ ପୋକଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଏପରି ଜଣେ ରାଷ୍ଟ୍ରପତି ଥିଲେ ଯିଏ ନିଜ କାର୍ଯ୍ୟକାଳ ସମୟରେ କୌଣସି ପଶୁ ପାଳିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.