ETV Bharat / international

ଜୁନ 30 ପର୍ଯ୍ୟନ୍ତ ଯାତ୍ରା କଟକଣା ବୃଦ୍ଧି କଲା ଆମେରିକା ପ୍ରତିରକ୍ଷା ବିଭାଗ - ଜୁନ 30 ପର୍ଯ୍ୟନ୍ତ ଯାତ୍ରା କଟକଣା ବୃଦ୍ଧି କଲା ଆମେରିକା ପ୍ରତିରକ୍ଷା ବିଭାଗ

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ତାଣ୍ଡବ ରଚୁଛି କୋରୋନା । ଏତିକି ବେଳେ ଆମେରିକାର ସଶସ୍ତ୍ର ବାହିନୀ ମଧ୍ୟରେ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପ୍ରତିରକ୍ଷା ବିଭାଗ ଯାତ୍ରା କଟକଣାକୁ ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଜୁନ 30 ପର୍ଯ୍ୟନ୍ତ ଯାତ୍ରା କଟକଣା ବୃଦ୍ଧି କଲା ଆମେରିକା ପ୍ରତିରକ୍ଷା ବିଭାଗ

author img

By

Published : Apr 19, 2020, 11:38 AM IST

ୱସିଂଟନ: କୋରୋନା ଭାଇରସର ଭୟାବହତାକୁ ଦେଖି ଆମେରିକା ପ୍ରତିରକ୍ଷା ବିଭାଗ ଯାତ୍ରା କଟକଣାକୁ ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରିବ । କିନ୍ତୁ ବିଦେଶରେ ନିୟୋଜିତ ଥିବା ଟ୍ରୁପଙ୍କୁ ପୁନଃ ନିଯୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେବ । ସୋମବାର ଠୁ ଏହି ନୂତନ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ପ୍ରତିରକ୍ଷା ବିଭାଗର ଅଣ୍ଡର ସେକ୍ରେଟାରୀ ମାଥ୍ୟୁ ଡୋନୋଭାନ କହିଛନ୍ତି ।

ଆମେରିକାର ସଶସ୍ତ୍ର ବାହିନୀ ମଧ୍ୟରେ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପେଣ୍ଟାଗନ୍ ମୁଖ୍ୟ ମାର୍କ ଏସପର୍ ମାର୍ଚ୍ଚ ଶେଷରେ ନାଗରିକ ତଥା ସାମରିକ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ 60 ଦିନିଆ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ତାହା ମେ ମାସରେ ସମାପ୍ତ ହେଉଥିବାବେଳେ ଏବେ ପରିସ୍ଥିକୁ ଦେଖି ଏହାକୁ 1 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହି ନିର୍ଦ୍ଦେଶନାମା ଅନୁସାରେ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତି ଏବଂ ପୁନଃ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଛି । ଏହାସହ ବିଦେଶରେ ସେବା କରୁଥିବା ସୈନିକମାନେ ଯଦି ଇଚ୍ଛୁକ ତେବେ ସେମାନେ ଫେରି ପାରିବେ ବୋଲି କୁହାଯାଇଛି । କିନ୍ତୁ ପରିସ୍ଥିତି ଦେଖି ସେମାନଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି ପେଣ୍ଟାଗନ୍ ମୁଖ୍ୟ ମାର୍କ ଏସପର୍ । ତେବେ ଶୁକ୍ରବାର ଆମେରିକା ସୈନ୍ୟବାହିନୀରେ 2,986 ଟି କୋଭିଡ-19 ମାମଲା ସ୍ପଷ୍ଟ ହୋଇଥିବା ପେଣ୍ଟାଗନ୍ ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.