ETV Bharat / international

୧୨ ଘଣ୍ଟା ମଧ୍ୟରେ ଆଫଗାନରୁ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ଆମେରିକା

author img

By

Published : Aug 28, 2021, 8:48 AM IST

୧୨ ଘଣ୍ଟା ମଧ୍ୟରେ ଅତି କମରେ ୪ହଜାର ୨୦୦ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତରଣ କଲା ଆମେରିକା । ହ୍ବାଇଟହାଉସ ତରଫରୁ ସୂଚନା । ଅଧିକ ପଢନ୍ତୁ...

୧୨ ଘଣ୍ଟା ମଧ୍ୟରେ ଆଫଗାନରୁ ୪ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ଆମେରିକା

ଓ୍ବାଶିଂଟନ: ବନ୍ଧୁକ ମୁନରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କ୍ରମଶଃ ଦେଶ ଛାଡି ପଳାଇବା ପାଇଁ ବିମାନ ବନ୍ଦରରେ ଭିଡ ଲାଗି ରହିଛି । ଏହାରି ମଧ୍ୟରେ ଗୁରୁବାର ଦିନ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଯେଉଁଥିରେ ମୃତ୍ୟୁ ସଂଖ୍ୟା ୧୦୦ ପାର କରିଥିବା ବେଳେ ଆହାତଙ୍କ ସଂଖ୍ୟା ୧୫୦ ପାର କରିଛି । ଏହାରି ମଧ୍ୟରେ ବି ଏବେ ଅନ୍ୟ ଦେଶ ଗୁଡିକ ନିଜ ଦେଶର ନାଗରିକଙ୍କୁ ସ୍ଥାନାନ୍ତରଣ କରୁଛନ୍ତି । କାହିଁକିନା ଆସନ୍ତା ୩୧ ତାରିଖ ପରଠାରୁ ଏହି ସ୍ଥାନାନ୍ତରକୁ ବନ୍ଦ କରିଦେବ ତାଲିବାନ ।

ଏହାରି ମଧ୍ୟରେ ଗତକାଲି ୧୨ ଘଣ୍ଟା ମଧ୍ୟରେ ଅତି କମରେ ୪ହଜାର ୨୦୦ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତରଣ କରାଯାଇଥିବା ହ୍ବାଇଟହାଉସ ତରଫରୁ ସୂଚନା ମିଳିଛି । ଅଗଷ୍ଟ ୧୪ ପରଠାରୁ ଆଫଗାନିସ୍ତାନରୁ ପ୍ରାୟ ୧ ଲକ୍ଷ ୯ ହଜାର ୨୦୦ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଆମେରିକା ସାହାଯ୍ୟ କରିଛି ବୋଲି ଏକ ବିବୃତ୍ତିରେ ହ୍ବାଇଟହାଉସ କହିଛି । ଅନ୍ୟପଟେ ଆମେରିକାର ପେଣ୍ଟାଗନ କହିଛି ଯେ ପ୍ରାୟ ୫,୪୦୦ ବ୍ୟକ୍ତି ବିମାନବନ୍ଦରରେ ଆଫଗାନିସ୍ତାନରୁ ବିମାନ ଉଡାଣ ପାଇଁ ଅପେକ୍ଷା କରିଛନ୍ତି ।

ଆମର ଏହି ମିଶନକୁ ଶେଷ କରିବା ପାଇଁ ଆଇଏସଆଇଏସ ବାଧା ସୃଷ୍ଟି କରିବ ନାହିଁ ବୋଲି ଆମେରିକାର ସେନା ମେଜର ଜେନେରାଲ ୱିଲିୟମ୍ ହ୍ୟାକ ଟେଲର ଏହା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.