ETV Bharat / international

ସମ୍ଭାଳିପାରିଲାନି ମମତା, ନର୍ସ ଝିଅକୁ ଚାଦରରେ ଘୋଢାଇ କୁଣ୍ଢାଇ ପକାଇଲେ ମା' - କୋଭିଡ1-19

ଅହରହ କାର୍ଯ୍ୟରେ ବ୍ୟସ୍ତି ମେଡିକାଲ ଷ୍ଠାଫ । ନା ଘରକୁ ଫେରିପାରୁଛନ୍ତି ନା ନିଜ ଲୋକଙ୍କ ପାଖକୁ ଯାଇପାରୁଛନ୍ତି । ଏତିକି ବେଳେ ଜଣେ ମାଆ ନିଜ ନର୍ସ ଝିଅକୁ 1 ମାସ ପରେ ଦେଖିବା ପରେ ଚାଦରରେ ଘୋଡାଇ ତାଙ୍କୁ କୁଣ୍ଢାଇ ପକାଇଛନ୍ତି ।

ସମ୍ଭାଳିପାରିଲାନି ମା ର ମମତା, ନର୍ସ ଝିଅକୁ ଚାଦରରେ ଘୋଢାଇ କୁଣ୍ଢାଇ ପକାଇଲେ

author img

By

Published : Apr 11, 2020, 1:02 PM IST

ୱାଶିଂଟନ: ଗୋଟେ ପଟେ କୋରୋନା ଭାଇରସ ପୁରା ଦୁନିଆରେ ତାଣ୍ଡବ ରଚୁଥିବା ବେଳେ ଅନ୍ୟପଟେ ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ନିଆରା ଉପାୟ ମଧ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଦୃଶ୍ୟ ଆମେରିକାରେ ଦେଖିବାକୁ ମିଳିଛି ।

ଆମେରିକା ଓହିଓରେ କେଲ୍ସୀ କେର ନାମକ ଜଣେ ନର୍ସ ଡ୍ୟୁଟିରେ ନିୟୋଜିତ ଥିବା ହେତୁ 1 ମାସ ପର୍ଯ୍ୟନ୍ତ ଘରକୁ ଆସିପାରିନଥିଲେ । ହେଲେ କିଛି ଜରୁରୀ ଜିନିଷ ନେବା ପାଇଁ ସେ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ମାଆ ଦୂରରେ ଠିଆ ହୋଇ ତାଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲେ । ଆଉ ପରେ ନିଜକୁ ସମ୍ଭାଳି ନପାରି ଏକ ଚାଦର ଆଣି ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଢାଙ୍କି ଦେଇଥିଲେ । ଆଉ ତାଙ୍କୁ କୁଣ୍ଢାଇ ପକାଇଥିଲେ ।

ତେବେ ଏହି ବିଷୟରେ କେଲ୍ସୀଙ୍କ ମାଆ କହିଛନ୍ତି, ମୁଁ ଦେଖିଛି ସ୍ବାସ୍ଥ୍ୟକର୍ମୀମାନେ କେତେ କଷ୍ଟ କରୁଛନ୍ତି । ନିଜ ଜୀବନକୁ ବିପଦ ମୁହଁଠୁ ଠେଲି ଲୋକଙ୍କ ସେବା କରୁଛନ୍ତି । ଆଉ ଯେତେବେଳେ ମୁଁ ମୋ ଝିଅକୁ ଏତେ ଦିନ ପରେ ସାମନାରେ ଦେଖିଲି ନିଜକୁ ସମ୍ଭାଳି ପାରିଲି ନାହିଁ । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ତାକୁ ଚାଦରରେ ଘୋଢାଇ କୁଣ୍ଢାଇ ପକାଇଲି । ଚେଲ୍ସୀ ମଧ୍ୟ ଏହାକୁ ଏକ ଖାସ ଗିଫ୍ଟ ବୋଲି କହିଥିଲେ । ଏହା ମୋ ପାଇଁ ଏକ ସୁନ୍ଦର ଅନୁଭବ ବୋଲି ବ୍ୟାଖ୍ୟା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.