ETV Bharat / international

ଜୋ ବିଡେନ ଜିତିଲେ ଆମେରିକା ଛାଡିବେ ଟ୍ରମ୍ପ

ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ନିର୍ବାଚନ ଜିତିଲେ ଦେଶ ଛାଡିବେ ବୋଲି କହିଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ...

author img

By

Published : Oct 17, 2020, 3:05 PM IST

ଜୋ ବାଇଡେନ ଜିତିଲେ ଆମେରିକା ଛାଡିବେ ଟ୍ରମ୍ପ
ଜୋ ବାଇଡେନ ଜିତିଲେ ଆମେରିକା ଛାଡିବେ ଟ୍ରମ୍ପ

ୱାଶିଂଟନ: ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଜୋରସୋର ଚାଲିଛି ପ୍ରଚାର-ପ୍ରସାର । ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଥିବାବେଳେ ଟ୍ରମ୍ପ ଆମେରିକା ଛାଡିଦେବେ ବୋଲି କହିଛନ୍ତି । ଯଦି ଏହି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ବିଜେତା ହୁଅନ୍ତି ତେବେ ସେ ଦେଶ ଛାଡିବେ ବୋଲି କହିଛନ୍ତି ।

ଦି ହିଲ ନ୍ୟୁଜ ରିପୋର୍ଟ ଅନୁସାରେ, ଜର୍ଜିଆରର ମାକନ ଠାରେ ଏକ ନିର୍ବାଚନୀ ପ୍ରଚାର ସମୟରେ କାର୍ଯ୍ୟକ୍ରମରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ଟ୍ରମ୍ପ ସତରେ ନୁହେଁ ଥଟ୍ଟାରେ କହିଥିଲେ ।

ଟ୍ରମ୍ପ ଆହୁରି କହିଛନ୍ତି, ସେ ଏଭଳି ଥଟ୍ଟା କରିବା ଉଚିତ ନୁହେଁ, କାରଣ ଇତିହାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରାଜନୀତିରେ ସବୁଠାରୁ ଖରାପ ପ୍ରାର୍ଥୀଙ୍କ ସହ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଛି । ଯାହା ତାଙ୍କୁ ଅଧିକ ଚାପଗ୍ରସ୍ତ କରିଛି । କାରଣ ସେ ଯଦି ଇତିହାସର ସବୁଠାରୁ ଖରାପ ପ୍ରାର୍ଥୀ ଜୋ ବିଡେନଙ୍କ ଠାରୁ ପରାସ୍ତ ହୁଅନ୍ତି ତେବେ ତାଙ୍କୁ ଭଲ ଲାଗିବ ନାହିଁ । ବୋଧହୁଏ ମୋତେ ଦେଶ ଛାଡିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ ଉପରାଷ୍ଟ୍ରପତି ଏକ ଟୁଇଟ୍‌ରେ କହିଛନ୍ତି ଯେ, ମୁଁ ଜୋ ବିଡେନ ଏବଂ ଟ୍ରମ୍ପଙ୍କ ଏହି ବାର୍ତ୍ତାକୁ ଅନୁମୋଦନ କରିଛି ।

ସୂଚନାଯୋଗ୍ୟ, 2016ରେ ପ୍ରଚାର କରୁଥିବାବେଳେ ଟ୍ରମ୍ପ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତିଙ୍କ ପାଇଁ ରିପବ୍ଲିକାନ୍ ନାମାଙ୍କନ ହରାନ୍ତି, ତେବେ ସେ ସର୍ବସାଧାରଣଙ୍କ ଦୃଷ୍ଟିରେ ରହିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.