ETV Bharat / international

ଟାର୍ଗେଟରେ କାବୁଲ ବିମାନ ବନ୍ଦର, ଆଜି ପୁଣି ରକେଟ ମାଡ

ଆଫଗାନିସ୍ତାନରେ ଆତଙ୍କର କଳାବଦାଲ ଆହୁରି ଘନୀଭୂତ ହେବାରେ ଲାଗିଛି । ଆଜି (ସୋମବାର) ସକାଳୁ ସକାଳୁ କାବୁଲରେ ରକେଟ ହମଲା ହୋଇଛି । ସକାଳ ୬ ଟା ୪୦ ମିନିଟରେ ବିମାନ ବନ୍ଦର ନିକଟରେ ଏହି ରକେଟ ମାଡ ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 30, 2021, 11:46 AM IST

Kabul airport
Kabul airport

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆତଙ୍କର କଳାବଦାଲ ଆହୁରି ଘନୀଭୂତ ହେବାରେ ଲାଗିଛି । ଆଜି (ସୋମବାର) ସକାଳୁ ସକାଳୁ କାବୁଲରେ ରକେଟ ହମଲା ହୋଇଛି । ସକାଳ ୬.୪୦ରେ ବିମାନ ବନ୍ଦର ନିକଟରେ ଏହି ରକେଟ ମାଡ ହୋଇଛି । ଗୋଟିଏ ଗାଡିକୁ ବ୍ୟବହାର କରି ଏହି ରକେଟ ମାଡ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି ।

କାବୁଲ ବିମାନ ବନ୍ଦର ଏବେ ଟାର୍ଗେଟରେ; ଆଜି ପୁଣି ରକେଟ ମାଡ

ରକେଟ ମାଡ ଫଳରେ ସମଗ୍ର ଅଞ୍ଚଳ ପୁରା ଧୂଆଁମୟ ହୋଇପଡିଛି । ଅନେକ ସ୍ଥାନରେ ନିଆଁ ଲାଗି ଥିବାବେଳେ କିଛି ଗାଡି ପୁରା ନଷ୍ଟ ହୋଇଛି । କିନ୍ତୁ ଏହି ରକେଟ ମାଡ କିଏ ଓ କାହାକୁ ଟାର୍ଗେଟ କରି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଆଫଗାନ ମିଡିଆ ରିପୋର୍ଟ ଅନୁସାରେ ବିମାନ ବନ୍ଦର ନିକଟ ଏକ ୟୁନିଭର୍ସିଟି ପାଖରେ ଏକ ଗାଡିରୁ ଏହି ରକେଟ ମାଡ ହୋଇଛି । ତେବେ କିଛି ରକେଟକୁ କାବୁଲ ଏୟାରଫିଲ୍ଡ ଡିଫେନ୍ସ ସିଷ୍ଟମ ନଷ୍ଟ କରିବାରେ ସକ୍ଷମ ହୋଇଛି । ତେବେ ଆସନ୍ତାକାଲି (ମଙ୍ଗଳବାର) ଆଫଗାନରେ ଆମେରିକାର ସ୍ଥାନାନ୍ତରଣ ପ୍ରକ୍ରିୟାର ଶେଷ ଦିନ ଥିବାରୁ ଆହୁରି ବିସ୍ଫୋରଣ ଆଶଙ୍କା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.