ETV Bharat / international

ବିବାହ ପାଇଁ ବ୍ୟାଙ୍କ ଡକାୟତି - ଆମେରିକାରେ ଟେକ୍ସାସ

ବିବାହ ଖର୍ଚ୍ଚ ଉଠାଇବା ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଡକାୟତି କରି ଚର୍ଚ୍ଚାକୁ ଆସିଛନ୍ତି ।

ବିବାହ ପାଇଁ ବ୍ୟାଙ୍କ ଡକାୟତି
author img

By

Published : Oct 11, 2019, 12:44 PM IST

ଆମେରିକା: ନିଜ ପସନ୍ଦ ଅନୁସାରେ ବିବାହ କରିବା ପାଇଁ ଲୋକେ ଆଜିକାଲି ଅଧିକ ଗୁରୁତ୍ବ ଦେଉଛନ୍ତି । ଏମିତିକି ନିଜ ଜୀବନସାଥୀକୁ ପାଇବା ପାଇଁ ଅନେକ ପରିବାରକୁ ମଧ୍ୟ ପର କରି ଦେଉଛନ୍ତି । ମାତ୍ର ଆମେରିକାରେ ଟେକ୍ସାସରେ ରହୁଥିବା ଜଣେ ବ୍ୟକ୍ତି ବିବାହ ପାଇଁ ବ୍ୟାଙ୍କରୁ ଡକାୟତି କରିଥିବା ଘଟଣା ସାମ୍ନାକୁ ଆସିଛି ।

ତେବେ ହ୍ୟୁଷ୍ଟନରୁ ପ୍ରାୟ 120 କିଲୋମିଟର ଦୂରରେ ବାସ କରୁଥିବା 36 ବର୍ଷୀୟ ହିଥ୍ ବପ୍ମସ ନିଜ ବିବାହର ଖର୍ଚ୍ଚ ଉଠାଇବା ପାଇଁ ବ୍ୟାଙ୍କ ଡକାୟତି କରିଛନ୍ତି।

ସମ୍ପୂର୍ଣ୍ଣ ଘଟଣା କିଛି ଏପରି, ହିଥଙ୍କ ପାଖରେ ନିଜ ରିସେପ୍ସନର ଖର୍ଚ୍ଚ ଉଠାଇବା ପାଇଁ ଟଙ୍କା ନଥିଲା । ପୋଲିସ କହିବା ଅନୁସାରେ, ବିବାହ ଖର୍ଚ୍ଚର ଯୋଗାଡ ପାଇଁ ସେ ଏକ ବ୍ୟାଙ୍କରୁ ଡକାୟତି କରିଛନ୍ତି । ତେବେ ହିଥଙ୍କ ଭାବି ସ୍ତ୍ରୀ ଏହା ଜାଣିବା ପରେ ତାଙ୍କୁ ବୁଝାଇ ଆତ୍ମସମର୍ପଣ ପାଇଁ ରାଜି କରାଇଥିଲେ।

ଏଠାରେ ସୂଚନାଯୋଗ୍ୟ, ହିଥଙ୍କ ବିବାହ ଶନିବାର ହେବାକୁ ଥିବାବେଳେ, ସେ ଶୁକ୍ରବାର ସିଟିଜନ ଷ୍ଟେଟବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏହା ପରେ ସେ ଜଙ୍ଗଲ ରାସ୍ତା ଦେଇ ଫେରାର ହୋଇଯାଇଥିଲେ।

ଏ ସମସ୍ତ ଘଟଣାର ଏକ ଭିଡିଓ ପୋଲିସ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଆପରାଧୀକୁ ଧରିବାରେ ସାହାର୍ଯ୍ୟ କରିବା ପାଇଁ ଅପିଲ କରିଥିଲା । ଏହି ଭିଡିଓକୁ ସୋସିଆଲ ମିଡିଆରେ ଦେଖିବା ପରେ ହିଥଙ୍କ ଭାବି ସ୍ତ୍ରୀ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ। ଏହା ପରେ ସେ ନିଜ ଭାବି ସ୍ତ୍ରୀଙ୍କ କଥା ମାନି ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.