ETV Bharat / international

ଆନ୍ଦୋଳନକାରୀ ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କ୍ଷମା ମାଗିଲା ଆମେରିକା

author img

By

Published : Jun 4, 2020, 11:59 AM IST

ୱାଶିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷମ୍ୟ ତଥା ନିଗ୍ରୋ ମାନଙ୍କ ସପକ୍ଷରେ ସ୍ବର ଉଠାଉଥିବା ଆନ୍ଦୋଳନକାରୀମାନେ ଏପରି କରିଥିବା ଜଣାପଡିଛି । ତେବେ ଏ ସଂପର୍କରେ ଅଧିକ ତଦନ୍ତ କରାଯାଉଛି । ଘଟଣାପରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ ଜଷ୍ଟର କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ...

ୱାଶିଂଟନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଆନ୍ଦୋଳନକାରୀ, କ୍ଷମା ମାଗିଲା ଆମେରିକା

ୱାଶିଂଟନ: ୱାଶିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷମ୍ୟ ତଥା ନିଗ୍ରୋ ମାନଙ୍କ ସପକ୍ଷରେ ସ୍ବର ଉଠାଉଥିବା ଆନ୍ଦୋଳନକାରୀମାନେ ଏପରି କରିଥିବା ଜଣାପଡିଛି । ତେବେ ଏ ସଂପର୍କରେ ଅଧିକ ତଦନ୍ତ କରାଯାଉଛି । ଘଟଣାପରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ ଜଷ୍ଟର କ୍ଷମା ପ୍ରାର୍ଥନା କରିଛନ୍ତି ।

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ ଜଷ୍ଟର କହିଛନ୍ତି, ‘ୱାଶିଂଟନ ଡିସିରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅପମାନ ପାଇଁ ଆମେ ଅତ୍ୟନ୍ତ ଦୁଃଖିତ । ଦୟାକରି ଆମକୁ କ୍ଷମା କରନ୍ତୁ । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ, ଭୟଙ୍କର ହିଂସା ଓ ଭଙ୍ଗାରୁଜା ଯୋଗୁଁ ଆମେ ବିସ୍ମିତ । କୌଣସି ପ୍ରକାରର ଭେଦଭାବକୁ ଆମେ ବିରୋଧ କରୁଛୁ।’

କେବଳ ଆମେରିକାରେ ନୁହେଁ, ସାରା ବିଶ୍ବ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଏଥିପାଇଁ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ, ମିନିଏପଲିସର ଜଣେ ପୋଲିସ ଫ୍ଲୋଏଡଙ୍କ କାର ଅଟକାଇବା ପରେ ତାଙ୍କ ବେକରେ ଆଣ୍ଠୁ ଲଗାଇ ଚାପିଦେଇଥିଲେ । ଫଳରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ହୋଇଥିଲା । ସପ୍ତାହ ପୂର୍ବରୁ ୱାଶିଂଟନ୍ ଓ ନ୍ୟୁୟର୍କରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଆମେରିକାର ଅନେକ ସହରରେ ବ୍ୟାପି ଯାଇଥିଲା । ପ୍ରଶାସନ ପକ୍ଷରୁ ପ୍ରାୟ 40ଟି ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଆମେରିକା ବ୍ୟତୀତ ପ୍ୟାରିସ, ସିଡନୀ, ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା ଓ ନ୍ୟୁଜିଲାଣ୍ଡରେ ମଧ୍ୟ ଏଥିପାଇଁ ବିକ୍ଷୋଭ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.