ETV Bharat / international

ଆମେରିକାର 46 ତମ ରାଷ୍ଟ୍ରପତି ହେଲେ ଜୋ ବାଇଡେନ

author img

By

Published : Jan 20, 2021, 10:38 PM IST

ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ । ଆମେରିକାର ମୁଖ୍ୟ ବିଚାରପତି ଜନ ରବର୍ଟ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଛନ୍ତି । ଅଧିକ ପଢନ୍ତୁ...

ଆମେରିକାର 46 ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ
ଆମେରିକାର 46 ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ

ୱାଶିଂଟନ: ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ । ଭାରତୀୟ ସମୟ 10ଟା 20ରେ ବାଇଡେନ ନେଇଛନ୍ତି ଶପଥ । ଆମେରିକାର ମୁଖ୍ୟ ବିଚାରପତି ଜନ ରବର୍ଟ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ପ୍ରଚଣ୍ଡ ବହୁମତ ହାସଲ କରିବା ସହ ଇତିହାସ ରଚନା କରିଥିଲେ ବାଇଡେନ ।

ଆମେରିକାର ଜାତୀୟ ରାଜନୈତିକ ମଞ୍ଚରେ ଜୋ ବାଇଡେନ୍‌ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ବିତାଇ ସାରିଛନ୍ତି ଏବଂ ଏଥର ଆମେରିକାର ରାଷ୍ଟ୍ରପତି ହେବା ଲାଗି ଦୀର୍ଘ ବର୍ଷ ଧରି ଦେଖିଆସିଥିବା ସ୍ବପ୍ନକୁ ସାକାର କରିଛନ୍ତି ଏହି ପୂର୍ବତନ ଉପରାଷ୍ଟ୍ରପତି ।

2020ରେ ଆମେରିକା ରାଷ୍ଟ୍ରପତି ପଦବୀ ପାଇଁ ଦୌଡ଼ ଥିଲା ବାଇଡେନଙ୍କ ତୃତୀୟ ପ୍ରୟାସ । ପ୍ରଥମେ ସେ 1988 ମସିହାରେ ଏଥିପାଇଁ ଚେଷ୍ଟା କରିଥିଲେ କିନ୍ତୁ ଲେଖାଚୋରି ଅଭିଯୋଗ ହେବା ପରେ ସେ ଏଥିରୁ ନିବୃତ୍ତ ହୋଇଥିଲେ । 2008ରେ ଗୁରୁତ୍ବପୂର୍ଣ୍ଣ ଆୟୋୱା ରାଜ୍ୟର ଦ୍ବିବାର୍ଷିକ ନିର୍ବାଚନରେ ମୋଟ ଏକ ପ୍ରତିଶତରୁ କମ୍‌ ଭୋଟ ପାଇବା ପରେ ତାଙ୍କର ଦ୍ବିତୀୟ ପ୍ରୟାସର ଅନ୍ତ ଘଟିଥିଲା ।

78 ବର୍ଷ ବୟସରେ, ଜଣେ ଦୀର୍ଘ କାଳର ସିନେଟର ଏବଂ ଉପରାଷ୍ଟ୍ରପତି ଭାବରେ ବାଇଡେନ୍‌, ତାଙ୍କର ରାଜନୈତିକ ଅନୁଭବକୁ ପୁଞ୍ଜି କରି କ୍ରମବର୍ଦ୍ଧିତ ବିଶୃଙ୍ଖଳା ଏବଂ ବିପଜ୍ଜନକ ସ୍ଥିତିରେ ଥିବା ଏକ ବିଶ୍ବରେ ସେ ନିଜକୁ ଜଣେ ଅଭିଜ୍ଞ ଏବଂ ପରିପକ୍ବ ନେତା ଭାବରେ ଉପସ୍ଥାପନ କରିଥିଲେ । ତଥାପି, ତାଙ୍କର ଏହି ଐତିହାସିକ ସଫଳତାର ପଥ ଏତେଟା ସୁଗମ ନଥିଲା ।

2008ର ସେହି ନିର୍ବାଚନ ପରେ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଅଧୀନରେ ଲଗାତାର ଦୁଇ ଥର ପାଇଁ ଉପରାଷ୍ଟ୍ରପତି ରୂପେ କାର୍ଯ୍ୟ କରିଥିବା ବିଡେନ ପୂନର୍ବାର ପୁଣି ତାଙ୍କର ସେହି ପରିଚିତ ହ୍ବାଇଟ୍‌ ହାଉସ୍‌ ପରିସରକୁ ଫେରିଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.