ETV Bharat / international

ପରମାଣୁ ଚୁକ୍ତିରୁ ଓହରିଲା ଇରାନ, ତୃତୀୟ ବିଶ୍ବଯୁଦ୍ଧ ସମ୍ଭାବନା!

author img

By

Published : Jan 6, 2020, 10:15 AM IST

ଖୁବଶୀଘ୍ର ବିଶ୍ବ ଦେଖିବ ତୃତୀୟ ବିଶ୍ବଯୁଦ୍ଧ। ଇରାକର ରାଜଧାନୀ ବାଗଦାଦରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପରେ 2015ରେ ଆମେରିକା ସହ ପରମାଣୁ ଚୁକ୍ତିରୁ ଓହରିଲା ଇରାନ। ସେପଟେ, ବାରମ୍ବାର ଇରାକ ସ୍ଥିତ ଆମେରିକା ଦୂତବାସ ଉପରେ ଆକ୍ରମଣ କରୁଛି ଇରାନ।

Iran withdraws from nuclear deal
ପରମାଣୁ ଚୁକ୍ତିରୁ ଓହରିଲା ଇରାନ

ୱାଂଶିଟନ: ଇରାନ ସେନା କୁଦସ ଫୋର୍ସର ମୁଖ୍ୟ ତଥା କମାଣ୍ଡର କାସିମ ସୋଲେମାନି ଆମେରିକାରର ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ଇରାନ। ଏପରିକି ପଡୋଶୀ ଇରାକ ସ୍ଥିତି ଆମେରିକା ଦୂତାବାସ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି ଇରାନ। ଗତକାଲି ମଧ୍ୟରାତ୍ରୀରେ ପୁଣି ଥରେ ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି।

ଏହାସହ 2015ରେ ଆମେରିକା ସହ ହୋଇଥିବା ପରମାଣୁ ଚୁକ୍ତିରୁ ମଧ୍ୟ ଓହରିଯିବାକୁ ନିଷ୍ପତ୍ତି ନେଇଛି ଇରାନ। ଯାହାକୁ ନେଇ ବିଶ୍ବରେ ତୃତୀୟ ବିଶ୍ବ ଯୁଦ୍ଧ ହେବାର ସମ୍ଭାବନା ରହିଛି। 6ଟି ଦେଶକୁ ନେଇ ହୋଇଥିବା ପରମାଣୁ ଚୁକ୍ତିରୁ ଇରାନ ଓହରି ଯାଇଥିବା ନେଇ ଦେଶର ସରକାରୀ ଗଣମାଧ୍ୟମ ପକ୍ଷରୁ ପ୍ରକାଶ। ଯେଉଁ କାରଣରୁ ବିଶ୍ବ ଯୁଦ୍ଧ ଆଡକୁ ମୁହାଁଉଛି। ଇରାନ-ଆମେରିକାକୁ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ବିଶ୍ବବ୍ୟାପୀ ବିରୋଧ କରାଯାଉଛି। ସେପଟେ, ନିହତ ହୋଇଥିବା ଇରାନ ଜେନେରାଲ କାସିମ ସୋଲେମାନୀଙ୍କ ବାବଦରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ, ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ମଧ୍ୟ ପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଆମେରିକା ଦୂତାବାସ ନିକଟରେ ରକେଟ ମାଡ

ଇରାକ ରାଜଧାନୀ ବାଗଦାଦ ସ୍ଥିତି ଗ୍ରୀନ ଜୋନରେ ଲଗାତର 2 ଦିନ ହେଲା ଆକ୍ରମଣ ଜାରି ରହିଛି। ଏପରିକି ଆମେରିକା ଦୂତାବାସ ନିକଟରେ 2ଟି ରକେଟ ଆସି ପଡିଥିଲା। ଏଥିରେ 4ଜଣ ଆହତ ହୋଇଥିବାବେଳେ, ଗତ ଶନିବାର ମଧ୍ୟ ରକେଡ ମାଧ୍ୟମରେ ଆକ୍ରମଣ କରିଥିଲା ଇରାନ।

ଆମେରିକା-ଇରାନ ବିବାଦରେ ଚିନ୍ତିତ ଭାରତ

ଇରାନ-ଆମେରିକା ମଧ୍ୟରେ ବଢୁଥିବା ସମସ୍ୟାକୁ ନେଇ ବଢୁଛି ଭାରତର ଚିନ୍ତା। ଏହି ଦୁଇ ଦେଶ ଉପରେ ଭାରତ ବାଣିଜ୍ୟ ନିର୍ଭର କରେ। ଦୁଇ ମଧ୍ୟରେ ବଢୁଥିବା ସମସ୍ୟାକୁ ନେଇ ସମାଧାନ କରିବାକୁ ଅପିଲ କରିଛି ଭାରତ । ଏହାସହ ଆମେରିକା ଓ ଭାରତର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ ଜୟଶଙ୍କର ଟ୍ବିଟର ମାଧ୍ୟମରେ ଇରାନ-ଆମେରିକା ବଢୁଥିବା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.