ETV Bharat / international

ଟ୍ରମ୍ପଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲା ଇରାନ - killed Qasem Soleimani

ବାଗଦାଦରେ ଡ୍ରୋନ ଷ୍ଟାଇକରେ ଜଣେ ବରିଷ୍ଠ ଇରାନ ଜେନେରାଲଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ରହିଥିବା ଦାବି କରିଛି ଇରାନ। କେବଳ ସେତିକି ନୁହେଁ ଟ୍ରମ୍ପଙ୍କ ନାମରେ ଏକ ଗିରଫ ପରୱାନା ଜାରି କରିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲା ଇରାନ

author img

By

Published : Jun 30, 2020, 11:13 AM IST

ୱାଶିଂଟନ: ବାଗଦାଦରେ ଡ୍ରୋନ ଷ୍ଟାଇକରେ ଜଣେ ବରିଷ୍ଠ ଇରାନ ଜେନେରାଲଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ରହିଥିବା ଦାବି କରିଛି ଇରାନ। କେବଳ ସେତିକି ନୁହେଁ ଟ୍ରମ୍ପଙ୍କ ନାମରେ ଏକ ଗିରଫ ପରୱାନା ଜାରି କରି ଇଣ୍ଟରପୋଲକୁ ଏହି ଘଟଣାରେ ସାହାଯ୍ୟ ମାଗିଥିବା ସ୍ଥାନୀୟ ଜଣେ ଓକିଲଙ୍କ ପକ୍ଷରୁ ସୂଚନା ମିଳିଛି।

ଏହି ଘଟଣାରେ ନିଜର ସ୍ପଷ୍ଟୋକ୍ତି ରଖି ଇଣ୍ଟରପୋଲ କହିଛି ଯେ, ସେ ଇରାନର ଏହି ଅନୁରୋଧକୁ ବିଚାର କରିବେ ନାହିଁ, ଅର୍ଥାତ ଟ୍ରମ୍ପଙ୍କୁ ଗିରଫ ହେବାର କୌଣସି ବିପଦ ନାହିଁ। ତେବେ ଏହି ଅଭିଯୋଗ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଇଥିବା ତିକ୍ତତାକୁ ଦର୍ଶାଉଛି। ବିଶ୍ୱ ଶକ୍ତି ସହିତ ତେହେରାନର ଆଣବିକ ଚୁକ୍ତିରୁ ଟ୍ରମ୍ପ ଏକପାଖିଆ ଭାବେ ଆମେରିକାରୁ ପ୍ରତ୍ୟାହାର କରିନେଲେ।

ଏପଟେ ତେହେରାନ ଓକିଲ ଅଲି ଅଲକାସୀମେହର କହିଛନ୍ତି ଯେ ବାଗଦାଦରେ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟାରେ ଟ୍ରମ୍ପ ଏବଂ ଅନ୍ୟ 35 ଜଣ ଅପରାଧୀ ଅଛନ୍ତି। ଇରାନ ଏମାନଙ୍କ ଉପରେ ଆତଙ୍କବାଦ ଓ ହତ୍ୟା ଅଭିଯୋଗ ଲଗାଇଛି। ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କେହି ଏହି ଘଟଣାରେ ଚିହ୍ନଟ ହୋଇ ନାହାଁନ୍ତି। ତେଣୁ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ମଧ୍ୟ ଇରାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଜୋର ଦେଇ କହିଛି।

ଅଲକାସିମେହର ଏହା ମଧ୍ୟ କହିଛନ୍ତି ଯେ ଟ୍ରମ୍ପ ଏବଂ ଅନ୍ୟମାନଙ୍କ ପାଇଁ ଇରାନ ଏକ ଲାଲ୍ ବିଜ୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ କରିଛି। ଯାହା ଇଣ୍ଟରପୋଲ ଦ୍ବାରା ଜାରି କରାଯାଇଥିବା ସର୍ବୋଚ୍ଚ ସ୍ତରର ଗିରଫ ଅନୁରୋଧକୁ ଦର୍ଶାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.