ETV Bharat / international

ବିଦେଶରେ ପାକିସ୍ତାନ ବିରୋଧୀ ନାରା, ଜାତିସଙ୍ଘ ଆଗରେ ବିକ୍ଷୋଭ - International

ନ୍ୟୁୟର୍କରେ ଥିବା ଭାରତ ଆମେରିକା ସମୁଦାୟ ପକ୍ଷରୁ ବିକ୍ଷୋଭ ହୋଇଥିଲା । ହାତରେ ପ୍ଲାକାର୍ଡ ଧରି ଓ ପାକିସ୍ତାନ ବିରୋଧୀ ନାରା ଦେଇ ବିଭିନ୍ନ ପ୍ରବାସୀ ଭାରତୀୟ ଏବଂ ଆମେରିକାବାସୀ ମିଳିତ ଜାତିସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Mar 4, 2019, 10:40 AM IST

ନ୍ୟୁୟର୍କ: ନିଜ କୁକାର୍ଯ୍ୟ ପାଇଁ ସାରା ବିଶ୍ବରେ ନିନ୍ଦିତ ହେଉଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ଏହି ରାଷ୍ଟ୍ର ବିରୋଧରେ ଚାରିଆଡେ ଶୁଭୁଛି ମୁର୍ଦ୍ଦାବାଦ। ଆମେରିକାର ନ୍ୟୁୟର୍କ ସହରରେ ପାକ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରବାସୀ ଭାରତୀୟ।

ରିପୋର୍ଟ ଅନୁସାରେ ରବିବାର ଏହି ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନ୍ୟୁୟର୍କରେ ଥିବା ଭାରତ ଆମେରିକା ସମୁଦାୟ ପକ୍ଷରୁ ଏହି ବିକ୍ଷୋଭ ହୋଇଥିଲା । ହାତରେ ପ୍ଲାକାର୍ଡ ଧରି ଓ ପାକିସ୍ତାନ ବିରୋଧୀ ନାରା ଦେଇ ବିଭିନ୍ନ ପ୍ରବାସୀ ଭାରତୀୟ ଏବଂ ଆମେରିକାବାସୀ ମିଳିତ ଜାତିସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିକ୍ଷୋଭକାରୀ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି ନାରାବାଜି କରିବା ସହ ଆତଙ୍କବାଦୀ ହଟାଇବାକୁ ଦାବି କରିଥିଲେ । ଏହାସହ ଏମାନଙ୍କ ପ୍ଲାକାର୍ଡରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ବିଭିନ୍ନ ବାର୍ତ୍ତା ଲେଖାଥିଲା । ସାରା ବିଶ୍ବ ପାକ୍‌କୁ ଘୃଣା କରେ, ପାକିସ୍ତାନ ଆତଙ୍କବାଦ ବନ୍ଦ କର, ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ତିଆରି କର ନାହିଁ, ପାକିସ୍ତାନ ନିରୀହ ଜନତାଙ୍କୁ ମାରିବା ବନ୍ଦ କର, ବିଶ୍ବ ଶାନ୍ତି ପାଇଁ ପାକିସ୍ତାନ ବିପଦ ବୋଲି ଏହିସବୁ ପ୍ଲାକାର୍ଡରେ ଲେଖାଯାଇଥିଲା ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ପ୍ରୟୋଜିତ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ବାରା ଆତ୍ମଘାତୀ ବିସ୍ଫୋରଣ ହେବା ଫଳରେ ପୁଲୱାମାରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଏହାର ଜବାବରେ ଭାରତ ପକ୍ଷରୁ ପିଓକେରେ ଏୟାର ଷ୍ଟ୍ରାଇକ ହୋଇଥିଲା । ଏଥିରେ 300ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି ।

Intro:Body:

ୟୁପି ସଡକ ପରିବହନର ବିଶ୍ବ ରେକର୍ଡ

ଲକ୍ଷ୍ନୌ: ପ୍ରୟାଗରାଜର କୁମ୍ଭମେଳା ବିଶ୍ବ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି । ଏହି ସମୟରେ ଆଉ ଏକ କୀର୍ତ୍ତିମାନ ରଚନା କରିଛି ଉତ୍ତରପ୍ରଦେଶର ପରିବହନ ନିଗମ । ୟୁପିର 500କୁମ୍ଭ ସ୍ପେଶିଆଲ୍ ବସ ଶୃଙ୍ଖଳା ଏକ ସାଙ୍ଗରେ 12କି.ମି ରାସ୍ତା ଯାତ୍ରା କରି ଗିନିଜ୍ ବିଶ୍ବ ରେକର୍ଡରେ ନିଜ ନାଁ ସାମିଲ କରିଛି ।    

ଖବରମୁତାବକ, ଗୁରୁବାର ସକାଳ ଆଠ ଘଟିକାରେ ପରିବହନ ବିଭାଗର ମୁଖ୍ୟ ସଚିବ ଆରଧନା ଶୁକ୍ଳା ସବୁଜ ପତାକା ଦେଖାଇ 500ବସ୍ ଶୃଙ୍ଖଳାର ଶୁଭାରମ୍ଭ କରିଥିଲେ । ସହସୋଂ ବାଇପାସ୍ ରାସ୍ତା ଦେଇ ନବାବଗଞ୍ଜ ପର୍ଯ୍ୟନ୍ତ 12କି.ମି ରାସ୍ତାରେ ଏହି ବସ୍ ଶୃଙ୍ଖଳା ସଞ୍ଚାଳନ କରାଯାଇଥିଲା । ଫଳରେ ଏପରି ଏକା ସାଙ୍ଗରେ ଗୋଟିଏ ରାସ୍ତାରେ 500 ବସ୍ ଯାତ୍ରା କରିବା ବିଶ୍ବରେ ପ୍ରଥମ । ତେଣୁ ଏହା ଗିନିଜ୍ ବିଶ୍ବ ରେକର୍ଡ ସୃଷ୍ଟି କରିଛି ।

   ତେବେ ଏହା ପୂର୍ବରୁ ଆବୁଧାବିରେ 290ବସ୍ ଏକା ସାଙ୍ଗରେ ଯାତ୍ରା କରି ନିଜ ନାଁରେ ଏହି ରେକର୍ଡ ଦାୟର କରିଥିଲା ।    

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.