ETV Bharat / international

'କୋରୋନାରେ ବର୍ବାଦ ଭାରତ, କ୍ଷତିପୂରଣ ଦେଉ ଚୀନ'

ମହାମାରୀ କୋରୋନାରେ ଭାରତ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା କହିଛନ୍ତି ଡୋନାଲ୍ଡ । କେବଳ ଏତିକି ନୁହେଁ । ଏନେଇ ସେ ଚୀନକୁ ମଧ୍ୟ କରିଛନ୍ତି ଦାୟୀ । ଅଧିକ ପଢନ୍ତୁ...

author img

By

Published : Jun 18, 2021, 7:40 PM IST

'କୋରୋନାରେ ବର୍ବାଦ ଭାରତ, କ୍ଷତିପୂରଣ ଦେଉ ଚୀନ'
'କୋରୋନାରେ ବର୍ବାଦ ଭାରତ, କ୍ଷତିପୂରଣ ଦେଉ ଚୀନ'

ୱାଶିଂଟନ: ଭାରତ କାନ୍ଧରେ ବନ୍ଧୁକ ରଖି ପୁଣି ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାମାରୀ କୋରୋନାରେ ଭାରତ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା କହିଛନ୍ତି ଡୋନାଲ୍ଡ । କେବଳ ଏତିକି ନୁହେଁ । ଏନେଇ ସେ ଚୀନକୁ ମଧ୍ୟ କରିଛନ୍ତି ଦାୟୀ ।

ଟ୍ରମ୍ପ ବିଶ୍ବ ସ୍ତରରେ କୋରୋନା ଭାଇରସ ବିସ୍ତାର କରିବା ନେଇ ଚୀନକୁ ଦାୟୀ କରିଛନ୍ତି । ଏଥିପାଇଁ ଚୀନ ଆମେରିକାକୁ 10 ଟ୍ରିଲିୟନ ଡଲାର କ୍ଷତିପୂରଣ ଦେବା ଦରକାର ବୋଲି ଦାବି କରିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ।

ଟ୍ରମ୍ପ କହିଛନ୍ତି, ବିଶ୍ବକୁ ସହାୟତା ରୂପେ ଚୀନ କ୍ଷତିପୂରଣ ଅର୍ଥ ଦେବା ଆବଶ୍ୟକ । ହେଲେ କ୍ଷତିପୂରଣ ଅର୍ଥର ସଠିକ ଭରଣା ଚୀନ କରିପାରିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଚୀନ ସାରା ବିଶ୍ବକୁ ଆର୍ଥିକ କ୍ଷତିପୂରଣ ଦେବା ଦରକାର । ଏବେ ଦେଖିବାର ଅଛି ଯେ ଚୀନ କେତେ କ୍ଷତିପୂରଣ ଦେଇପାରୁଛି । କାରଣ ବାସ୍ତବରେ ଅକଳନୀୟ କ୍ଷତି ହୋଇଛି । ବିଶ୍ବରେ ଅନେକ ଦେଶ କୋରୋନାରେ ଧ୍ବସ୍ତ ବିଧ୍ବସ୍ତ ହୋଇପଡିଛି ବୋଲି କହିଛନ୍ତି ଟ୍ରମ୍ପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.