ETV Bharat / international

ମହାକାଶରେ ପଡିଲା ଭାରତୀୟଙ୍କ ପାଦ, ଉଡାଣ ଭରିଲେ ସିରିସା - ମହାକାଶ

କଳ୍ପନା ଚାୱଲା ଏବଂ ସୁନୀତା ବିଲିୟମ୍ସଙ୍କ ପରେ ମହାକାଶ ଯାତ୍ରା କରିବେ ଆଉ ଏକ ଭାରତୀୟ ମହିଳା । ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ସିରିସା ବାନ୍ଦଲା ଆଜି ନ୍ୟୁ ମେକ୍ସିକୋରୁ ମହାକାଶରେ ଉଡାଣ ଭରିବେ । ଅଧିକ ପଢନ୍ତୁ...

ମହାକାଶରେ ଉଡାଣ ଭରିଲେ ସିରିସା
ମହାକାଶରେ ଉଡାଣ ଭରିଲେ ସିରିସା
author img

By

Published : Jul 11, 2021, 9:31 PM IST

ୱାସିଙ୍ଗଟନ: କଳ୍ପନା ଚାୱଲା ଏବଂ ସୁନୀତା ବିଲିୟମ୍ସଙ୍କ ପରେ ମହାକାଶରେ ଉଡାଣ ଭରିଲେ ଆଉ ଏକ ଭାରତୀୟ ମହିଳା । ସେ ହେଉଛନ୍ତି 34 ବର୍ଷୀୟ ସିରିସା ବାନ୍ଦଲା । ସିରିସା ରିଚାର୍ଡ ବ୍ରାନସନଙ୍କ ସ୍ପେଶ କମ୍ପାନୀ ଭର୍ଜିନ ଗାଲାକ୍‌ଟିକ୍ରେର 'ୟୁନିଟି' ଅନ୍ତରୀକ୍ଷ ଯାନରେ ବସି ଆଜି(ରବିବାର) ମହାକାଶକୁ ଯାତ୍ରା କରିଛନ୍ତି । ତାଙ୍କ ସହ ଆଉ 5 ଜଣ ସଦସ୍ୟ ମଧ୍ୟ ରହିଛନ୍ତି । ନ୍ୟୁ ମେକ୍ସିକୋରୁ ସେମାନେ ମହାକାଶ ଅଭିମୁଖେ ଯାତ୍ରା କରିଛନ୍ତି ।

ସିରିସା ଟ୍ବିଟ ଯୋଗେ କହିଛନ୍ତି ଯେ ମୁଁ ୟୁନିଟି 22ର ଅଦ୍ଭୁତ କ୍ରୁର ଏବଂ ଏଭଳି କମ୍ପାନୀର ଅଂଶ ହୋଇଥିବାରୁ ଅତ୍ୟନ୍ତ ଗୌରବ ଅନୁଭବ କରୁଛି । ଯାହାର ମିଶନ ଅନ୍ତରୀକ୍ଷରେ ସମସ୍ତଙ୍କ ପାଇଁ ସ୍ଥାନ ଉପଲବ୍ଧ କରିବା ।

ଭର୍ଜିନ ଗାଲାକ୍ଟିକ୍ରେରେ ସିରିସାଙ୍କ ପ୍ରୋଫାଇଲ ମୁତାବକ, ସେ ଅନ୍ତରୀକ୍ଷ ଯାତ୍ରୀ ସଂଖ୍ୟା 004 ଅଟନ୍ତି ଏବଂ ଉଡାଣ ସମୟରେ ତାଙ୍କର ଭୂମିକା ରିସର୍ଚ୍ଚର ଏକ୍ସପେରିଏନ୍ସ ରହିବ । କଳ୍ପନା ଚାୱଲା ଏବଂ ସୁନୀତା ବିଲିୟମ୍ସଙ୍କ ପରେ ସିରିସା ବାନ୍ଦଲା ହେଉଛନ୍ତି ମହକାଶ ଯାତ୍ରା କରିଥିବା ତୃତୀୟ ଭାରତୀୟ ମହିଳା ।

ସୂଚନାଥାଉ କି, ସିରିସାଙ୍କ ଘର ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ । ହେଲେ ଛୋଟ ବେଳୁ ସେ ଆମେରିକା ହ୍ୟୁଷ୍ଟନ ସହରରେ ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.