ETV Bharat / international

‘ମୁଁ ନିଶ୍ବାସ ନେଇପାରୁ ନାହିଁ’ ସ୍ଲୋଗାନରେ କମ୍ପିଲା ଆମେରିକାର ରାଜରାସ୍ତା

ଆଫ୍ରିକୀୟ-ଆମେରିକା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁଙ୍କୁ ନେଇ ଆମେରିକାରେ ହିଂସା ସୃଷ୍ଟି ହୋଇଛି । ଆମେରିକାର ମିନିଆପଲିସ ଅଞ୍ଚଳବାସୀଙ୍କ ଉପରେ ଜାତିଆଣ ଓ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

author img

By

Published : Jun 3, 2020, 3:39 PM IST

‘ମୁଁ ନିଶ୍ବାସ ନେଇପାରୁ ନାହିଁ’
‘ମୁଁ ନିଶ୍ବାସ ନେଇପାରୁ ନାହିଁ’

ୱାଶିଂଟନ: ଆଫ୍ରିକୀୟ-ଆମେରିକା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁଙ୍କୁ ନେଇ ବିଦ୍ରୋହର ନିଆଁରେ ଜଳୁଛି ସାରା ଆମେରିକା । କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କୁ ଆଣ୍ଠୁରେ ଚାପି ହତ୍ୟା କରିବା ପରେ ଗୋରା ପୋଲିସ ଅଧିକାରୀ ଡେରିକ ଚାଉଭିନ ଓ ଅନ୍ୟ ତିନି ଜଣଙ୍କୁ ବହିଷ୍କାର କରାଯାଇଛି । ଏହି ଘଟଣାକୁ ନେଇ ବିକ୍ଷୋଭ ଓ ପ୍ରତିବାଦ ଏବେ ହିଂସାରେ ପରିଣତ ହୋଇଛି । କେବଳ ସେତିକି ନୁହେଁ ଆମେରିକାର ମିନିଆପଲିସ ଅଞ୍ଚଳବାସୀଙ୍କ ଉପରେ ଜାତିଆଣ ଓ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

‘ମୁଁ ନିଶ୍ବାସ ନେଇପାରୁ ନାହିଁ’
‘ମୁଁ ନିଶ୍ବାସ ନେଇପାରୁ ନାହିଁ’

ସେପଟେ ଦେଶବ୍ୟାପୀ ’ବ୍ଲାକ ଲାଇଭ ମ୍ୟାଟର’ ବିକ୍ଷୋଭ କରାଯିବା ସହ ‘ମୁଁ ନିଶ୍ବାସ ନେଇପାରୁ ନାହିଁ’ ସ୍ଲୋଗାନ ଦିଆଯାଉଛି । ‘ମୁଁ ନିଶ୍ବାସ ନେଇପାରୁ ନାହିଁ’ ସ୍ଲୋଗାନଟି ସେହି 2 କୃଷ୍ଣକାୟ ବ୍ୟକ୍ତି ଏରିକ ଗ୍ରେନର(2014) ଓ ଜର୍ଜ ଫ୍ଲୋଏଡା (2020)ଙ୍କୁ ବର୍ଣ୍ଣବୈଷମ୍ୟ କାରଣରୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଆମେରିକା ପୋଲିସର ବର୍ବରତାକୁ ଦେଶବାସୀ ପ୍ରଦର୍ଶନ ଜାରି ରହିଛି ।

ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡ ସୃଷ୍ଟି ହୋଇଥିବାବେଳେ ଭେନେସା ବ୍ରାଇଣ୍ଟ ଇନଷ୍ଟାଗ୍ରାମରେ ମୃତ ସ୍ୱାମୀ କୋବେଙ୍କ ଉପରେ ଏକ ଟି-ସାର୍ଟ ପିନ୍ଧି ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଦେଇଥିଲା ‘ମୁଁ ନିଶ୍ବାସ ନେଇପାରୁ ନାହିଁ’ ।

ମେ 2020ରେ, ମିନିଆପଲିସ ପୋଲିସ ବିଭାଗର ଅଧିକାରୀ ଡେରେକ ଚାଉଭିନ ଜର୍ଜ ଫ୍ଲୋଏଡଙ୍କୁ କୌଣସି ଏକ ଅଭିଯୋଗରେ ଗିରଫ କରିଥିଲା । ଜର୍ଜଙ୍କ ବେକ ପଛରେ 8 ମିନିଟ୍ 46 ସେକେଣ୍ଡ ଆଣ୍ଠୁମାଡି ରହିଥିଲେ । ଏହି ସମୟରେ ଜର୍ଜ ବାରମ୍ବାର ନେହୁରା ହେଇ ’ମୁଁ ନିଶ୍ବାସ ନେଇପାରୁ ନାହିଁ’ କହିଥିଲେ ମଧ୍ୟ ସେ ଛାଡି ନଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହେବାକୁ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.