ETV Bharat / international

କୋଭିଡ 19 ମୁକାବିଲାରେ ଫେଲ୍ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍

author img

By

Published : Jun 6, 2020, 10:57 PM IST

ଆଣ୍ଟି ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ କୋଭିଡ 19 ମୁକାବିଲାରେ ଫେଲ୍ ମାରିଛି । ଏନେଇ ଶୁକ୍ରବାର ବ୍ରିଟିଶ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲାରେ ଫେଲ୍ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ୍

ଲଣ୍ଡନ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଣ୍ଟି ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ କୋଭିଡ-19 ମୁକାବିଲାରେ ଫେଲ୍ ମାରିଛି । ଏନେଇ ଶୁକ୍ରବାର ବ୍ରିଟିଶ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏଥିପାଇଁ ଏକ ବଡ ଡ୍ରଗ୍ସ ଟ୍ରାଏଲ୍ସକୁ ସ୍ଥଗିତ ରଖାଯାଇଛି ।

ଏହି ଖବର ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ କାରଣ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ କୋରୋନା ମୁକାବିଲା ପାଇଁ ଏକ ଗେମ ଚେଞ୍ଜର ବୋଲି କହିଥିଲେ । ସେ ମଧ୍ୟ ଏହାର ନିୟମିତ ସେବନ କରୁଥିବା କହିଥିଲେ । ଏହା ଶସ୍ତା ଏବଂ ବିଶ୍ବବ୍ୟାପୀ ଉପଲବ୍ଧ । ଥରେ ଏହାର ଉପକାର ପ୍ରମାଣ ହୋଇଗଲେ ଏହାକୁ ମହାମାରୀ ବିରୋଧରେ ଲଢେଇ କରିବାରେ ସହଜରେ ବ୍ୟବହାର କରିହେବ ବୋଲି ଟ୍ରମ୍ପ କହିଥିଲେ ।

ହେଲେ ଏବେ ଏହି ଟାବଲେଟ୍ ବ୍ୟବହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଏହାର ବ୍ୟବହାର ଓ ଉପକାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଟ୍ରାଏଲର ନେତୃତ୍ବ ନେଉଥିବା ଓକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ମାର୍ଟିନ ଲାଣ୍ଡ୍ରାୟ କହିଛନ୍ତି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ କୋଭିଡ-19ର ଚିକିତ୍ସା ନୁହେଁ । ଏହା ମୁକାବିଲା କରିବାରେ ଅସମର୍ଥନ । ସମ୍ପୂର୍ଣ୍ଣ ରୂପେ ଏହା ଅଦରକାରୀ ବୋଲି ସେ କହିଛନ୍ତି । କୋରୋନା ମୁକାବିଲା ପାଇଁ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ଗତ ମାସ ଏହି ଟାବଲେଟ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଯେତେବେଳେ ଦ ଲାନସେଣ୍ଟ ଏହା ଉପରେ ଏକ ଲେଖା ପ୍ରକାଶ କରିଥିଲା । ଏହାର ସୁରକ୍ଷା ନେଇ ଏହି ଲେଖା ପ୍ରକାଶିତ ହୋଇଥିଲା । ମାର୍ଟିନ କହିଛନ୍ତି ଯେ ଏହି ଡ୍ରଗ୍ସ ଉପରେ ବିପୁଳ ଆଶା ରହିଥିଲା । ବିଭିନ୍ନ ବିଶେଷଜ୍ଞ ଓ ଲେଖା ଆଧାରରେ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ ଉପରେ ଏକ ଆଶା ସୃଷ୍ଟି ହୋଇଥିଲା । ଏଥିପାଇଁ ଅନେକ ଟ୍ରାଏଲ ମଧ୍ୟ ବାରମ୍ବାର କରାଯାଇଥିଲା । କିନ୍ତୁ ପ୍ରକୃତରେ ଏହା ଫେଲ୍ ମାରିବା ସହ ଆଗାମୀ ଦିନରେ ଏହାର ସମସ୍ତ ଟ୍ରାଏଲ୍ସ ବନ୍ଦ କରାଯାଉଛି ବୋଲି ସେ କହିଛନ୍ତି ।

ଏହା କୋରୋନାଜନିତ ମୃତ୍ୟୁହାର କମାଇବ ନାହିଁ ଏହା ପ୍ରମାଣିତ ହୋଇ ସାରିଛି । ଏହା ଉପରେ ଅନ୍ଧ ଭାବେ ବିଶ୍ବାସ ନକରିବାକୁ ମାର୍ଟିନ କହିଛନ୍ତି । ବିଶେଷ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋରୋନା ଆକ୍ରାନ୍ତଙ୍କୁ ଏହି ଟାବଲେଟ୍ ନ ଖାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହାର ପ୍ରାଥମିକ ଟ୍ରାଏଲ୍ସ ସୂଚାଇ ଦେଇଛି ଯେ ଭୂତାଣୁ ଉପରେ ଏହାର କୌଣସି ପ୍ରଭାବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.