ETV Bharat / international

ଟ୍ରମ୍ପ୍‌ଙ୍କୁ ତାଙ୍କ ନିଜ ଭାଷାରେ ଜବାବ ଦେଲେ ଗ୍ରେଟା

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରମ୍ପ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ୧୧ ମାସ ତଳେ ଜଳବାୟୁ ସାମାଜିକ କର୍ମୀ ଗ୍ରେଟା ଥନ୍‌ବର୍ଗ‌ଙ୍କୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେଉଁ ପରିହାସ କରିଥିଲେ ସୋସିଆଲ ମିଡିଆରେ ଆଜି ତା’ର ଜବାବ ଦେଇଛନ୍ତି ଗ୍ରେଟା । ଅଧିକ ପଢନ୍ତୁ...

greta thunberg mocks trump in his own words
ଟ୍ରମ୍ପ୍‌ଙ୍କୁ ତାଙ୍କ ନିଜ ଭାଷାରେ ଜବାବ ଦେଲେ ଗ୍ରେଟା
author img

By

Published : Nov 7, 2020, 9:44 AM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରମ୍ପ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ୧୧ ମାସ ତଳେ ଜଳବାୟୁ ସାମାଜିକ କର୍ମୀ ଗ୍ରେଟା ଥନ୍‌ବର୍ଗ‌ଙ୍କୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେଉଁ ପରିହାସ କରିଥିଲେ ସୋସିଆଲ ମିଡିଆରେ ଆଜି ତା’ର ଜବାବ ଦେଇଛନ୍ତି ଗ୍ରେଟା । ଗୁରୁବାର ଟ୍ରମ୍ପଙ୍କ 'ଷ୍ଟପ୍ ଦି କାଉଣ୍ଟ୍' ଟ୍ୱିଟର ଜବାବରେ ଗ୍ରେଟା ଟ୍ବିଟ୍ କରି କହିଛନ୍ତି, ‘ଖୁବ୍‌ ହାସ୍ୟାସ୍ପଦ, ଡୋନାଲ୍ଡ ତାଙ୍କ କ୍ରୋଧ ନିୟନ୍ତ୍ରଣ ଉପରେ କାମ କରିବା ଉଚିତ୍‌। ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଭଲ ପୁରୁଣା ମୁଭି ଦେଖିବାକୁ ଯାଆନ୍ତୁ! ‘ଚିଲ୍‌ ଡୋନାଲ୍ଡ , ଚିଲ୍‌’,’ କହି ଗ୍ରେଟା ଟ୍ରମ୍ପ୍‌ଙ୍କୁ ତାଙ୍କ ଭାଷାରେ କଟାକ୍ଷ କରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ, ଡିସେମ୍ବର 2019 ରେ ଟ୍ରମ୍ପଙ୍କ ପୋଷ୍ଟ ସହିତ ଥନବର୍ଗଙ୍କ ଟ୍ବିଟ୍ ପୁରା ସମାନ ଥିଲା । ଯେତେବେଳେ ଗ୍ରେଟା ଥନ୍‌ବର୍ଗ‌ ଟାଇମ ମାଗାଜିନର ପର୍ସନ ଅଫ ଦି ଇୟର ହୋଇଥିଲେ ସେ ସମୟରେ ଟ୍ରମ୍ପ ତାଙ୍କୁ ସମାଲୋଚନା କରିଥିଲେ। ଟ୍ରମ୍ପ୍‌ କହିଥିଲେ, ଖୁବ୍‌ ହାସ୍ୟାସ୍ପଦ, ଗ୍ରେଟା ତାଙ୍କ କ୍ରୋଧ ନିୟନ୍ତ୍ରଣ ଉପରେ କାମ କରିବା ଉଚିତ । ସେ ଜଣେ ବନ୍ଧୁଙ୍କ ସହ ଭଲ ପୁରୁଣା ମୁଭି ଦେଖିବାକୁ ଯାଆନ୍ତୁ! ‘ଚିଲ୍‌ ଗ୍ରେଟା ଚିଲ୍‌’ ବୋଲି ଟ୍ରମ୍ପ୍‌ କହିଥିଲେ।

ତେବେ ଆଜି ଗ୍ରେଟାଙ୍କ ଏହି ଟ୍ବିଟ୍‌ ପରେ ତାଙ୍କ ଟ୍ବିଟ୍‌କୁ ୩ ଲକ୍ଷ ରିଟ୍ବିଟ୍‌ କରାଯାଇଛି ଏବଂ ୧ ନିୟୁତରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.