ETV Bharat / international

କିମ ଜଙ୍ଗଙ୍କୁ ପୁନର୍ବାର ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ: ଟ୍ରମ୍ପ - Glad to see Kim Jong-un is back and well

ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନଙ୍କ ପୁନର୍ବାର ଦେଖି ସେ ଅତ୍ୟନ୍ତ ଆନନ୍ଦିତ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

glad-to-see-kim-jong-un-is-back-and-well-says-us-president-donald-trump
କିମ ଜଙ୍ଗଙ୍କୁ ପୁନର୍ବାର ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ: ଟ୍ରମ୍ପ
author img

By

Published : May 3, 2020, 2:13 PM IST

ୱାଂଶିଟନ: ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନଙ୍କ ପୁନର୍ବାର ଦେଖି ସେ ଅତ୍ୟନ୍ତ ଆନନ୍ଦିତ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି ।

glad-to-see-kim-jong-un-is-back-and-well-says-us-president-donald-trump
କିମ ଜଙ୍ଗଙ୍କୁ ପୁନର୍ବାର ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ: ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ବିଟରରେ ଲେଖିଛନ୍ତି, ‘ସେ (କିମ ଜଙ୍ଗ ଉନ) ଫେରି ଆସିଥିବା ଓ ଭଲ ଥିବା ଦେଖି ମୁଁ ଖୁସି ।’ ପ୍ରାୟ ତିନି ସପ୍ତାହ ପରେ କିମ ପ୍ରଥମ କରି ଜନସାଧାରଣଙ୍କ ଦେଖା ପରେ ଟ୍ରମ୍ପ ଟ୍ବିଟ୍ କରି ଏହା କହିଛନ୍ତି ।

ଦୀର୍ଘ ଦିନ ଧରି କିମ ଗଣମାଧ୍ୟମରେ ଦେଖାଯାଇନଥିଲେ । ତାଙ୍କୁ ଗତ 2 ତାରିଖରେ ସୁଞ୍ଚନରେ ଏକ ସାର କାରଖାନା ଉଦଘାଟନ ଉତ୍ସବରେ ଦେଖାଯାଇଥିଲେ । ଏହି କାର୍ଯ୍ୟକ୍ରମରେ କିମ ଚାଲୁଥିବା, ବ୍ୟାପକ ହସୁଥିବା ଓ ସିଗାରେଟ ଟାଣୁଥିବା ଦେଖାଯାଇଛି । ଏହାପରେ ତାଙ୍କ ମୃତ୍ୟୁ ନେଇ କରାଯାଉଥିବା ଚର୍ଚ୍ଚାର ଅବସାନ ଘଟିଛି ।

ସୂଚନାଯୋଗ୍ୟ, ଦେଶର ରାଜନୈତିକ କ୍ୟାଲେଣ୍ଡରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିନ ତଥା କିମଙ୍କ ଜେଜେବାପାଙ୍କ ଜନ୍ମଦିନ ଏପ୍ରିଲ 15ରେ ସେ ଦେଖାଯାଇନଥିବାରୁ କିମଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା । ଏପରିକି ତାଙ୍କ ମୃତ୍ୟୁ ହୋଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.